ପ୍ରଶାସନ ଉପରେ ପାଉନି ଆଦିବାସୀଙ୍କ ଭରସା
ାା ପ୍ରଭାନୁ୍ୟଜ ।ା ଯାଜପୁର : ଦୀର୍ଘ ୮ବର୍ଷ ପରେ ଚଳିତମାସ ୨୧ତାରିଖରେ ବସିବ ଅଷ୍ଟମ ଆରପିଡ଼ିଏସି ବୈଠକ । ବ୍ୟାସନଗର ପୈାରାଞ୍ଚଳ କେଏନଡ଼ିଏ ହଲରେ ବସିବାକୁ ଥିବା ବୈଠକ ଅନେକ ଗୁୁରୁତ୍ୱ ବହନ କରୁଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଜିବି ବିସ୍ଥାପନ ସମସ୍ୟା ଦୂର ହୋଇନଥିବା ବେଳେ ନିଯୁକ୍ତି, ପାରିପାଶ୍ୱିର୍କ ଉନ୍ନୟନ ଏକ ଅସମାହିତ ପ୍ରଶ୍ନ ହୋଇରହିଛି । ପ୍ରତି ୩ ମାସ ଅନ୍ତରରେ ବସିବାକୁ ଥିବା ଆରପିଡ଼ିଏସ ବୈଠକ ୮ବର୍ଷ ପରେ ବସିବାକୁ ଯାଉଥିବା ବେଳେ ବୈଠକ ଉପରେ ଆଦିବାସୀଙ୍କ ଭରସା ପାଉନି । ବୈଠକରେ ସେମାନଙ୍କ ନୁହଁ ଶିଳ୍ପ କଥା ଶୁଣାଯିବ ଏବଂ ହଁରେ ହଁ ଭରୁଥିବା ଶିଳ୍ପସଂସ୍ଥା ଚୟନିତ ଅଞ୍ଚଳ ପ୍ରତିନିଧିଙ୍କୁ ସାମିଲ କରିବାର ମସୁଧା କରାଯାଇଥିବା ଆଦିବାସୀଙ୍କ ମନରେ ସନେ୍ଦହ ଉପୁଜିଛି । ବୈଠକରେ ସେମାନଙ୍କ ମତ ଉପସ୍ଥାପନ କରିବାକୁ ଯେଭଳି ସୁଯୋଗ ମିଳେ, ସେଦିଗରେ ପଦକ୍ଷେପ ନେବାକୁ ଜନୈକ ବିସ୍ଥାପିତ ଓଏଚଆରସିର ଦ୍ୱାରସ୍ଥ ହୋଇଛନ୍ତି । ଆରପିଡ଼ିଏସି ବୈଠକ କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥାଏ । ବୈଠକରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମୁଣ୍ଡ ଟେକିଥିବା ଶିଳ୍ପସଂସ୍ଥା ପ୍ରତିନିଧି, ଜିଲାପାଳ, ଅତିରିକ୍ତ ଜିଲାପାଳ କଳିଙ୍ଗନଗରଙ୍କ ସହ ବିଭିନ୍ନ ପ୍ରଶାସନୀକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି, ବିସ୍ଥାପିତ ପରିବାର ପ୍ରତିନିଧି ଯୋଗ ଦେଇଥାନ୍ତି । ବୈଠକରେ ପାରିପାଶ୍ୱିର୍କ ବିକାଶ, ଶିଳ୍ପପାଇଁ ଜମିହରାଇଥିବା ପରିବାରଙ୍କ ନିଯୁକ୍ତି ଉପରେ ସବିଶେଷ ଆଲୋଚନା ହୋଇଥାଏ । ବୈଠକରେ ବିସ୍ଥାପିତ ପରିବାର ପକ୍ଷରୁ ସେମାନଙ୍କ ଦାବି ଉପସ୍ଥାପନ କରାଯାଇଥାଏ, ଯାହା ଉପରେ ଆଲୋଚନା କରାଯାଇ ନିର୍ଯ୍ୟାସ ବାହାର କରାଯାଇଥାଏ । ଆଠବର୍ଷ ତଳେ ହୋଇଥିବା ବୈଠକର ନିର୍ଯ୍ୟାସ କ’ଣ ବାହାରିଛି, ତାହା ୨୧ରେ ଅନୁଷ୍ଠିତ ବୈଠକରେ ଜଣାପଡ଼ିବ, କିନ୍ତୁ ବୈଠକକୁ ନେଇ ବିସ୍ଥାପିତ ପରିବାର ପକ୍ଷରୁ ରଥିଆ ମୁଣ୍ଡା ନାମକ ଆଦିବାସୀ ନେତା ଗୁରୁବାର ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯାହାର ମାମଲା ନମ୍ବର୪୩୮/ଆଇଏନ୍/୨୦୨୪ ବୋଲି ଜଣାପଡ଼ିଛି । ହେବାକୁ ଥିବା ବୈଠକରେ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହିତ ଆରଡିସି, ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ କଳିଙ୍ଗନଗରର୧୮ ଶିଳ୍ପ ପ୍ରତିନିଧି ଉପସ୍ଥିତ ରହିବେ । କିନ୍ତୁ ବିସ୍ଥାପିତ ମାନଙ୍କ ସମସ୍ୟାର ସମାଧାନ, ସେମାନଙ୍କ ଥଇଥାନକୁ ନେଇ ଆଲୋଚନା ହେବାକୁ ଥିବା ବୈଠକରେ ବର୍ଷବର୍ଷ ଧରି ଉପେକ୍ଷିତ ହୋଇ ରହିଥିବା ବିସ୍ଥାପିତଙ୍କ ପ୍ରତିନିଧିଙ୍କୁ ସାମିଲ୍ ହେବାର ସବୁ ବାଟକୁ ବନ୍ଦ୍ କରି ଦିଆଯାଇଛି । ସେମାନଙ୍କ ପରିବର୍ତେ କାରଖାନା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ବିସ୍ଥାପିତଙ୍କୁ ନିୟତା ଦିଆଯାଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ସରକାରଙ୍କ ଆର୍ଆର୍ ପଲିସ ଆଧାରରେ ନ୍ୟାୟ ପାଇବାକୁ ଦୀର୍ଘ ବର୍ଷ ଧରି ଆନେ୍ଦାଳନ ଚଳାଇଥିବା ବିସ୍ଥାପିତ ପରିବାର ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ବିସ୍ଥାପିତ ମାନଙ୍କ ସମସ୍ୟା ସହିତ ଜଡିତ ରହିଥିବା ଏହାର ମନୋନିତ ପ୍ରତିନିଧିଙ୍କ ପରିବର୍ତେ ଶିଳ୍ପଗୋଷ୍ଠୀଙ୍କ ପ୍ରରୋଚନାରେ ସେମାନଙ୍କୁ ସୁହାଇଲା ପରି ବିସ୍ଥାପିତ ପ୍ରତିନିଧିଙ୍କୁ ଚୟନ କରି ପ୍ରଶାସନ ବୈଠକକୁ ଡାକିଥିବା ଅଭିଯୋଗ କରିଛନ୍ତି । ଜିଲା ପ୍ରଶାସନର ଏଭଳି ନିଷ୍ପତି ପ୍ରତିବାଦ୍ରେ ରଥିଆ ମୁଣ୍ଡା ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେଉଁଥିରେ ଆର୍ପିଡିଏସି ବୈଠକରେସେମାନଙ୍କ ଦ୍ୱାରା ଚୟନ କରାଯାଇଥିବା ପ୍ରତିନିଧିଙ୍କୁ ଭାଗ ନେବା ପାଇଁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି । ବିସ୍ଥାପିତଙ୍କ ଅଭିଯୋଗ ଅନୁଯାଇସେମାନଙ୍କ ସମସ୍ୟାର ସମାଧାନ ଏବଂ ସେମାନଙ୍କୁ ଥଇଥାନ କରାଇବାରେ ଜିଲା ପ୍ରଶାସନ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛି । ପ୍ୂର୍ବରୁ ବସିଥିବା ୪ର୍ଥ.୫ମ, ୬ଷ୍ଠ ଆର୍ପିଡିଏସି ବୈଠକରେ କାରଖାନାରେ ନିଯୁକ୍ତି ପାଇଥିବା ଜମିହରା ତଥା ବିସ୍ଥାପିତଙ୍କର ମୃତୁ୍ୟ ପରେ ତାଙ୍କ ପରିବାରକୁ ନିଯୁକ୍ତି ଦେବାକୁ ନିଷ୍ପତି ହୋଇଥିଲା । କିନ୍ତୁ ପରବର୍ତି ସମୟରେ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବା ତ ଦ୍ୂରର କଥା କୈାଣସି ଶିଳ୍ପଗୋଷ୍ଠି ଏହାକୁ ଗ୍ରହଣ କରିନଥିବା ବେଳେ ଜିଲା ପ୍ରଶାସନ ମଧ୍ୟ ନିରବ ବସିଛି । ଗତ ୨୦୧୬ ସେପ୍ଟେମ୍ବର ୧୪ ତାରିଖରେ ଶେଷ ଥର ପାଇଁ ୭ମ ଆର୍ପିଡିଏସି ବୈଠକ ବସିଥିଲେ ମଧ୍ୟ ପୂର୍ବ ବୈଠକର ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଫଳରେ ମୃତ ବିସ୍ଥାପିତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଦେବା ଦାବିରେ ବିଭିନ୍ନ ସମୟରେ ଆନେ୍ଦାଳନକୁ ଓହ୍ଲାଇଛନ୍ତି ।