ମାଟିତଳୁ ମୃତ ଦେହ ଜବତ ଘଟଣା; ନଣନ୍ଦ କୋର୍ଟ ଚଲାଣ

ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର/ସିଂହପୁର: ଭାଉଜ ମୃତୁ୍ୟ ମାମଲାରେ ବିଞ୍ଝାରପୁର ପୁଲିସ ନଣନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତ ଫେରାର ରହିଥିବା ଜଣାପଡିଛି । ସୂଚନା ଅନୁଯାଇ ପଶ୍ଚିମବଙ୍ଗ ଦେବରା ଅଞ୍ଚଳର ଠିକାଦାର ରଜୁଲ୍ଲା ରେହମାନ ୨୦୧୭ରେ ନିଜ ଝିଅ ରୋଜିନା ଖାତୁନଙ୍କୁ ବିଞ୍ଝାରପୁର ଥାନା କଳାମୋହଲା ଅଞ୍ଚଳର ସେକ ମୁସ୍ତକିମଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୂଘର ଲୋକ ବିଭିନ୍ନ କାରଣରୁ ରୋଜିନାଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ । ତେବେ ଗତ ୨୧/୦୯/୨୦୨୪ ତାରିଖରେ ଶାଶୂଘର ଲୋକ ରୋଜିନାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ବିଞ୍ଝାରପୁର ଥାନାରେ ଅଭଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ମାଟିତଳୁ କବର ଖୋଳି ମୃତ ଦେହ ଜବତ କରି ତଦନ୍ତ କରୁଥିବା ବେଳେ ଘଟଣାରେ ସମ୍ପୃକ୍ତି ଥିବା ମୃତା ମହିଳାଙ୍କ ନଣନ୍ଦ ବେନଜିର ବିବିଙ୍କୁ ପୁଲିସ ମଙ୍ଗଳପୁର ଥାନା ଅଧିନସ୍ତ କାଟିଆ ଶାଶୂଘରୁ ଗିରଫ କରିଥିଲା ।