ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଧର୍ମଶାଲା ବ୍ଲକ ଅନ୍ତର୍ଗତ ମୁକୁନ୍ଦପାତ୍ର ଉଚ୍ଚମାଧମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ  ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ଅଧକ୍ଷ ହେମନ୍ତ କୁମାର ଦାଶ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଅଭିମନୁ୍ୟ ସାହୁଙ୍କ ତତ୍ତ୍ୱାବଧାନରେ ବକ୍ତା ଭାବେ ଅଧ୍ୟାପକ ଅରୁଣ କୁମାର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାମ୍ପ୍ରତିକ ସମାଜରେ ଦୁର୍ନୀତି-ମହାଦୃମ ହୋଇ ସମାଜର ବଡ ଦାଣ୍ଡରେ ଉଭା ହୋଇଛି । ଏହି ଦୃମକୁ ମୂଲୋତ୍ପାଟନ କରିବା ପାଇଁ ସଚେତନତା ସହିତ ମାନସିକତା ହିଁ ଆବଶ୍ୟକ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷଙ୍କ ଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ସତ୍ ପଥରେ ସତ୍ କର୍ମରେ ଏବଂ ଇଶ୍ୱରଙ୍କ ନିକଟରେ ସମର୍ପଣ ଭାବ ରଖିଲେ ଏକ ମୁକ୍ତ ଦର୍ନୀତି ମୁକ୍ତ ସମାଜ ଗଠନ କରାଯାଇ ପାରିବ ବୋଲି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ଡଃ ସ୍ୱର୍ଣ୍ଣପ୍ରଭା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧାପକ ଅଧ୍ୟାପିକା ଡେମୋନଷ୍ଟେଟର ଓ ଅଣ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ ।