ନିର୍ଲଜତାର ସୀମା ଟିପିଛି ବିଜେଡି: ବିଜେପି
ଭୁବନେଶ୍ୱର: ନିର୍ଲଜତାର ଶେଷ ସୀମା ଟିପିଛି ବିଜେଡି ।୨୫ ବର୍ଷ ଧରି ନବୀନ ବାବୁ ଓଡିଶାର ଲୋକଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଥିଲେ କିନ୍ତୁ ବିଜେପି ଓଡିଶାରେ ପ୍ରଥମ ସରକାର ଗଠନ କରିବା ପରେ ଯାହା ନିର୍ବାଚନି ପ୍ରତିଶ୍ରୁତି ଦେଇଥିଲା, ତାହା ଗୋଟି ଗୋଟି ପୂରଣ କରୁଅଛି । ଯାହାକୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଜ୍ୟ କରିନପାରି ବାଉଳି ଚାଉଳି ହୋଇ ଲୋକଙ୍କ ପାଖକୁ ଯାଇ “ଜନଜାଗରଣ” କରିବେ ବୋଲି ଟ୍ୱିଟରେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ବର୍ଦ୍ଧିତ ଭତାଦେବାର ଯେଉଁ “ନିର୍ବାଚନ ପ୍ରତିଶ୍ରୁତି” ଦେଇଥିଲା ସେଥିରୁ ପ୍ରଥମ ପର୍ଯ୍ୟାୟରେ ୮୦ବର୍ଷରୁ ଊର୍ଦ୍ଧ୍ୱ, ଭିନ୍ନକ୍ଷମ, ବିଧବା ମାନଙ୍କୁ ୩୫୦୦ଟଙ୍କା ଭତ୍ତା ଦେବ ବୋଲି ନିଷ୍ପତି ନେଇଛି । ଏକଥାକୁ ବିଜେଡି ସହଜରେ ହଜମ କରିପାରୁନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ୍ ବିଜ୍ଞପ୍ତିରେ ଡ.ମହାନ୍ତି କହିଛନ୍ତି ଯେ, ୫୦୦ଟଙ୍କା ଭତ୍ତାକୁ ହଜାରେ କରିବାକୁ ବିଜେଡିକୁ ୨୫ବର୍ଷ ସମୟ ଲାଗିଲା । ଏବେ ଦୁଇ ମାସର ବିଜେପି ସରକାର ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ତିନିଗୁଣ ବଢାଇ ୩,୫୦୦ଟଙ୍କା ଭତ୍ତା କରିବା ପରେ, ବିଜେଡି ସଭାପତି ଅସହିଷ୍ଣୁ ହୋଇ “ଜନଜାଗରଣ” କରିବ ବୋଲି କହିବା ଅତ୍ୟନ୍ତ ନିଲ୍ଲଜତାର ପରିଚୟ । ଓଡିଶାବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଡ. ମହାନ୍ତି କହିଛନ୍ତି ।