ବିଜେଡ଼ି ଗଠନ କଲା ଇସ୍ତାହାର କମିଟି
ଭୁବନେଶ୍ୱର :ବିଜୁ ଜନତା ଦଳ ଆଜି ଇସ୍ତାହାର କମିଟି ଗଠନ କରିଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ୬ ଉପାଧ୍ୟକ୍ଷ, ଆବାହକ, ଉପ-ଆବାହକଙ୍କ ସମେତ ୩୮ ଜଣିଆ କମିଟି ଗଠନ କରାଯାଇଛି । ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କମିଟିର ଆବାହକ ଥିବାବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପ ଆବାହକ ରହିଛନ୍ତି ।
ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ରଙ୍କୁ ଉପାଧ୍ୟକ୍ଷ କରାଯାଇଛି । ସେହିପରି ପ୍ରବାସୀ ଓଡ଼ିଆ ସୁକାନ୍ତ ମହାପାତ୍ର, ସ୍ୱପ୍ନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ମଧ୍ୟ ସଭ୍ୟ ରହିଛନ୍ତି ।
ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କି, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ସେକ୍ ନିଜାମୁଦ୍ଦିନ, ତନ୍ମୟ ସ୍ୱାଇଁ, ଜ୍ୟୋସ୍ନାରାଣୀ ପରିଡ଼ା, ବିଷ୍ଣୁପ୍ରିୟା ଦାସ, ସଂଜିତ ମହାନ୍ତି, ପଙ୍କଜିନୀ ମଙ୍ଗରାଜ, ମାମିନା ନାୟକ ଓ କିଶୋର ଦେବତା ସଭ୍ୟ ରହିଛନ୍ତି ।