ହମ୍ପସ୍ ନେଲା ଅଙ୍ଗନୱାଡ଼ି ଦିଦିଙ୍କ ଜୀବନ

ହମ୍ପସ୍ ନେଲା ଅଙ୍ଗନୱାଡ଼ି ଦିଦିଙ୍କ ଜୀବନ


ନୂଆପଡା: ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମ ଦୁଇ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଭାଗ୍ୟବତୀ ନାଏକଙ୍କ ଦୁର୍ଘଟଣାରେ ମୃତୁ୍ୟ ହୋଇଛି । ଖବର ଅନୁସାରେ ଗତ ଶନିବାର  ଦିନ ନିଜ କାକାର  ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ  ସିଙ୍ଗଝର ଯାଉଥିଲେ । ହେଲେ ଯିବା ବାଟ ପେଣ୍ଡ୍ରେନ - ସିଙ୍ଗଝର ରାସ୍ତା ଉପରେ ବେନିୟମ ଭାବରେ ଜଣେ ବ୍ୟକ୍ତି  ଉଚ୍ଚା ହମ୍ପସ ତିଆରି କରି ଥିବାରୁ ଗାଡ଼ି ହଠାତ ବ୍ରେକ ଦେବା ପରେ ପଛରେ ବସିଥିବା  ଅଙ୍ଗନୱାଡି କର୍ମୀ ତଳେ ପଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବା ବେଳେ  ରାସ୍ତାରେ ତାଙ୍କର ମୃତୁ୍ୟ ଘଟିଥିଲା ।  ସିନାପାଲି ଅଞ୍ଚଳରେ ଅନେକ ବେନିୟମ ହମ୍ପସ ଥିବା ବେଳେ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସଧାରଣରେ ମତ ପ୍ରକାଶ ପାଇଛି  ।  ପରିବାର ଲୋକେ ଚିକିତ୍ସା ପାଇଁ ଭବାନିପାଟଣା ହସ୍ପିଟାଲ ନେଇଥିଲେ ପରେ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରିବାରୁ ନେବା ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ଶବକୁ ଗାଁ ମଶାଣିରେ ସସ୍କାର କରାଯାଇଥିଲା । ତାଙ୍କର ବଡପୁଅ ମୁଖାଅଗ୍ନି ଦେଇଥିଲେ । ଏହି ଦୁର୍ଘଟଣା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଖବର ଶୁଣି ସିନାପାଲି ଅଙ୍ଗନୱାଡି କର୍ମୀ ସଂଘ ତରଫରୁ ଶୋକ ପ୍ରକାଶ କରାଯାଇଛି । ଶବ ସସ୍କାର ବେଳେ ମୃତ ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ, ଦୁଇ ପୁଅ, ପରିବାର ସମ୍ପର୍କୀୟ ସମେତ ଅଙ୍ଗନୱାଡି କର୍ମୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।