ଆଉ ଦେଢ଼ବର୍ଷ ରହିବେ ଡିଲର
ration card holder

ଭୁବନେଶ୍ୱର : ରାଜ୍ୟ ସରକାର ବେସରକାରୀ ଡିଲରମାନଙ୍କୁ ଆଉ ଦେଢ଼ବର୍ଷ ପର୍ଯ୍ୟନ୍ତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିୟୋଜିତ କରିବାର ସମୟ ସୀମା ଚଳିତ ମାସ ୩୦ରେ ସମାପ୍ତ ହେବାକୁ ଯାଉଛି । ଏକକାଳୀନ ସମସ୍ତ ବେସରକାରୀ ଡିଲରଙ୍କୁ ଉଚ୍ଛେଦ କଲେ ପ୍ରଶାସନିକ ଅସୁବିଧା ସୃଷ୍ଟି ସହ ସାଧାରଣ ବଣ୍ଟନରେ ଅବ୍ୟବସ୍ଥାର ଆଶଙ୍କା ରହିଛି । ତେଣୁ ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର ନିଯୁକ୍ତି ପ୍ରକ୍ରିୟାକୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।