ଡେଙ୍ଗୁ ନିରାକରଣ ପାଇଁ ସଚେତନତା
କଟକ: ମିଡ୍ ଟାଉନ ରୋଟାରୀ କ୍ଲବ ଆନୁକୂଲ୍ୟରେ ଇନ୍ର ହୁଇଲ କ୍ଲବ ଓ ଜନଶିକ୍ଷଣ ସଂସ୍ଥାନ କଟକ ସହଯୋଗରେ ରୋଟାରିଆନ ଡ. ଆଶୁତୋଷ ଦେବତାଙ୍କ ଅଧ୍ୟକ୍ଷତାରେ ହିରୋସୀମା ଦିବସ ସ୍ମରଣ ଉପଲକ୍ଷେ ଶାନ୍ତି ଶୋଭାଯାତ୍ରା ଓ ଡେଙ୍ଗୁ ରୋଗର ନିରାକରଣ ପାଇଁ ସଚେତନତା ସଭା ସିଡିଏ ସେକ୍ଟର ୮ରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ ୩୨୬୨ ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଣବିକ ଯୁଦ୍ଧାସ୍ତ୍ର ବିହୀନ ବିଶ୍ୱ ଗଠନ ଓ ଅନ୍ତରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସହଭାଗିତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଡେଙ୍ଗୁ ରୋଗ ନିବାରଣ ପାଇଁ ଜନସଚେତନତା ନିହାତି ଜରୁରୀ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ଡାକ୍ତର ପରମେଶ୍ୱର ମିଶ୍ର, ଇନର ହୁଇଲ କ୍ଲବର ସଭାପତି ଡ. ମିତା ଦେବତା, ଜନ ଶିକ୍ଷଣ ସଂସ୍ଥାନର ନିଦେ୍ର୍ଦଶିକା ଅନିମା ଦାଶ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ବିଭୂତି ଭୁଷଣ ରାଉତ ଅତିଥି ପରିଚୟ ଦେଇଥିଲାବେଳେ ସମ୍ବିତ ମହାନ୍ତି ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ସାମନ୍ତରାୟ, ମେଜର ନନ୍ଦକିଶୋର ଶତପଥୀ, ଇନ୍ଦ୍ରଜିତ ସାହୁ, କାହ୍ନୁଚରଣ ଦାସ, ରଘୁନାଥ ଭୁତ, ଅନିତା ପତି, ସୌମ୍ୟା ମହାନ୍ତି, କବିତା ସାହୁ ଓ ନିର୍ଝରଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।