ନିଶାଦ୍ରବ୍ୟ ବର୍ଜନ ନେଇ ସଚେତନତା
ାା ପ୍ରଭାନୁ୍ୟଜ୍ାା ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ କଟକ ନେହୁରୁ ଯୁବକେନ୍ଦ୍ର ସହାୟତାରେ ଏବଂ ଆଦର୍ଶ ଯୁବପରିଷଦ ପରିଚାଳନାରେ ନିଶାଦ୍ରବ୍ୟ ବର୍ଜନ ଓ ଏହାର କ୍ଷତିକାର ଉପରେ ସଚେତନତା ଓ ଶିକ୍ଷାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକ ଚିତ୍ତରଞ୍ଜନ ରଣା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ ସମାଜସେବୀ ତଥା ବାଙ୍କୀ ଆଞ୍ଚଳିକ ହରିଜନ କଲ୍ୟାଣ ପରିଷଦର ସଂପାଦକ କେଶବ ଚନ୍ଦ୍ର ବେହେରା ଯୋଗଦାନ କରି ନିଶାଦ୍ରବ୍ୟରୁ ଦୂରେଇ ରହିବା ପାଇଁ ଯୁବ ଓ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିଶା ସେବନ କଲେ ସମାଜରେ ହିଂସା ଓ ବିଦୁ୍ୟଷ ସୃଷ୍ଟି ହେବବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ନିଶା ସେବନ ଦ୍ୱାରା ଆର୍ଥିକ , ସାମାଜିକ ଓ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଶା ଦ୍ରବ୍ୟକୁ ସେବନ ଓ ଦୂରେଇ ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ପ୍ରାଧ୍ୟାପକ ମହାପାତ୍ର କହିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଜ୍ୟୋତିପ୍ରକାଶ ପାଣିନୀ, କବି ବଂଶୀଧର ମହାପାତ୍ର, ଅଧ୍ୟାପକ ମହେଶ କୁମାର ରାଉତ, ସମାଜସେବୀ ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଯୋଗଦାନ କରି ନିଶାଦ୍ରବ୍ୟ ଉପରେ ବହୁ ସଚେତନାମୂଳକ ଶିକ୍ଷା ପ୍ରଦାନ କରିଥିଲେ ।