କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ାା ପ୍ରଭାନୁ୍ୟଜ ।ା ଆଠଗଡ଼: ଶିକ୍ଷକତା ଜୀବନ ଏକ ଦୁର୍ମୂଲ୍ୟ ଜୀବନ । ଯାହାକି ସମାଜ ଗଢି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହାର ମର୍ଯ୍ୟାଦାକୁ ଅକ୍ଷୂର୍ଣ୍ଣ ରଖିବାକୁ ପରାମର୍ଶ ଦେବା ସହିତ ସଫଳ ଶିକ୍ଷକ ହେବା ନିମନ୍ତେ ବ୍ଲକ ଶିକ୍ଷାଧିକାରୀ ପ୍ରିୟ ରଞ୍ଜନ ହୋତା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷତା କରି କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ତିଗିରିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୨୫ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବ୍ଲକ ଶିକ୍ଷା ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ତଥା ସହ ଶିକ୍ଷାଧିକାରୀ ମାଧବ ଚନ୍ଦ୍ର ଦେଉରୀ ଯୋଗ ଦେଇଥିଲେ । ପାଞ୍ଚଗାଁ ସାଧନକେନ୍ଦ୍ର ସଂଯୋଜକ ଚନ୍ଦ୍ରକାନ୍ତ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଲିବିରି ଉପ୍ରାର ସ୍ମରଣିକ ସାହୁ, ବିନ୍ଧାଣିମା ନୋଡାଲ ଉଚ୍ଚ ବିଦ୍ୟାଳୟର ରଶ୍ମିତା ଦାଶ, ଦୀପଞ୍ଜଳି ସାହୁ, କେଏମସି ଉପ୍ରାର ରୁଦ୍ରେଶ୍ୱର ମହାନ୍ତି, ନନ୍ଦପୁର ପ୍ରାଥମିକର ସ୍ୱର୍ଣ୍ଣପ୍ରିୟା ସାହୁ, ବଡନାଉପୁଟ ଉପ୍ରାର ଜସ୍ୱଶିନୀ ସାହୁ, ବାଲିପୁଟ ଉପ୍ରାର ଦୁଷ୍ମନ୍ତ କୁମାର ମହାରଣା, ସୋମପଡା ଉପ୍ରାର ବାଦଲ କୁମାର ବେହେରା ଓ ମାମିନା ସାହୁ, ବିଷ୍ଣୁପୁର ଉପ୍ରାର ପବିତ୍ର କୁମାର ସ୍ୱାଇଁ , ଗଦାଧାରପୁର ଉପ୍ରାର ନୀଳାମ୍ବର ବେହେରା, ଶୁଣ୍ଠିପାଳ ଉପ୍ରାର ନିକିତା ପଣ୍ଡା, ପବିତ୍ର ମୋହନ ବିଦ୍ୟାପୀଠର ସ୍ମୃତିରେଖା ସାହୁ, ହରିଡାପଶି ପ୍ରାଥମିକର ସୌମ୍ୟ ରଞ୍ଜନ ମହାରଣା, ମାନପୁର ଉପ୍ରାର ଅମିତା ସାହୁ, ପ୍ରକାଶ କୁମାର ଜେନା, ଉମାଶଙ୍କର ସାହୁ, ମହେଶ୍ୱର ବିଦ୍ୟାପୀଠର ଲିସ୍ତା ସାହୁ, ନୂଆପାଟଣା ନୋଡଲ ଉପ୍ରାର ଚନ୍ଦନ ଦତ୍ତ, ବିଶ୍ୱନାଥ ସାହୁ, ପାଞ୍ଚଗାଁ ଉପ୍ରାର ପ୍ରକାଶ ବର୍ଦ୍ଧନ, ତିନିଗଡ ବିଦ୍ୟାପୀଠର ସୁନିତା ସାହୁ ଓ ଅମୂଲ୍ୟ କୁମାର ସାହୁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚିଣ୍ଟୁନା ରାଉତ ଓ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠର ସୋନାଲୀ ସାହୁ ପ୍ରମୁଖଙ୍କୁ ଉପଢୌକନ ଦିଆଯାଇ ସ୍ୱାଗତ କରାଯାଇଛି ।