ବାଙ୍କୀ ମହୋତ୍ସବର ୪ର୍ଥ ସନ୍ଧ୍ୟା
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ ମହୋତ୍ସବର ୪ର୍ଥ ସନ୍ଧ୍ୟା ଉତ୍ସବ କଚେରୀ ପଡିଆ ଠାରେ ମହୋତ୍ସବର ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାମୂହିକ ସଂଗୀତ ଗାନ ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ମହୋତ୍ସବ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ତଥା ମହୋତ୍ସବ ଉପସଭାପତି ପ୍ରଣବ କିଶୋର ପଟେଲ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମ୍ବାଦ ପ୍ରତିଷ୍ଠାତା ସୋ÷ମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଙ୍କୀର ଉଚ୍ଚ ସାଂସ୍କୃତିକ ଐତିହ୍ୟର ପ୍ରସାର ଓ ପ୍ରଚାର ଲକ୍ଷ୍ୟ ନେଇ ମହୋତ୍ସବ ଆରମ୍ଭ ହୋଇଛି ବୋଲି କହିଥିଲେ । ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଙ୍କୀର କଳା, ସାହିତ୍ୟ ଓ ସଂସ୍କୃତି ଅନନ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଉକôଳ ସମାଜର ସଭାପତି ଗୋବିନ୍ଦ ଚାନ୍ଦ ଯୋଗ ଦେଇ ଏହି ମହୋତ୍ସବ ସାରା ରାଜ୍ୟକୁ ଆଲୋକ ପ୍ରଦାନ କରିବା ସହିତ ମହୋତ୍ସବ ଜରିଆରେ ବାଙ୍କୀର କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଘଟିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ମହୋସôବ ଉପସଭାପତି ଭାଗୀରଥି ପାଣି , ସୁରଞ୍ଜନ ପଣ୍ଡା, ଗତିକୃଷ୍ଣ ସ୍ୱାଇଁ, ଅନନ୍ତ ଚରଣ ଦାସ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ମହୋତ୍ସବ କାର୍ଯ୍ୟକାରୀ ସଭାପତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । କବୟିତ୍ରୀ ଅମୂଲ୍ୟବାଳା ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଚରଣ ତଳେ ମୋ ଲୁହ ଢ଼ାଳେ’ ଉନ୍ମୋଚିତ କରାଯାଇଥିଲା । ବାଙ୍କୀ ସହରରେ ପ୍ରତିଷ୍ଠା ହୋଇଥିବା ମେଢ଼ ଗୁଡିକର ମୂଲ୍ୟାୟନ କରାଯାଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ମେଢ଼କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଗଠନ ସଂପାଦକ ଭରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।