ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ଗ୍ରାମର ରାମ ଭୁଜନ ହରିଜନଙ୍କ ପରିବାର
 
                                
ଭବାନୀପାଟଣା - ଜୀବନ ଜଞ୍ଜାଳରେ ପରିସ୍ଥିତିକୁ ମୁକାବିଲା କରିବା ସମସ୍ତଙ୍କ ପକ୍ଷେ ସମାନ ନୁହେଁ । ଗ୍ରାମ ଗୁର୍ଜୁଙ୍ଗ, ଜିଲ୍ଲା ସଦର ମହକୁମା ଭବାନୀପାଟଣା ବ୍ଲକ ର ରାମ ଭୁଜନ ହରିଜନଙ୍କ ପରିବାରର ପ୍ରାୟ ୮ଜଣ ସଦସ୍ୟ ଭଙ୍ଗା ଦଦରା ଘରେ କଳା ପଲିଥିନ ଜରିକୁ ଢାଙ୍କି ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଗଣ ପ୍ରତିନିଧିଙ୍କୁ ତାଙ୍କର ସଂଗ୍ରାମ ଜୀବନ ଜଞ୍ଜାଳ କଥାରୁ କୁହନ୍ତେ ଯେ, ଅନେକ ଦିନ ମାସ ବର୍ଷ ତଳେ ଘର ସମ୍ପୂର୍ଣ ଭାଙ୍ଗି ଯାଇଥିଲା, ସ୍ଥାନୀୟ ଜନ ପ୍ରତିନିଧି, ନିକଟସ୍ଥ ରାଜସ୍ୱ ନିରୀକ୍ଷକ, ତହସିଲଦାରଙ୍କୁ, ବିଡିଓଙ୍କୁ ମଧ୍ୟ ଦୁଃଖ ଜଣାଇଥିଲେ, ହେଲେ ରାଜସ୍ୱ ନିରୀକ୍ଷକ କେବଳ କଲା ପଲିଥିନ ଖଣ୍ଡେ ଭଙ୍ଗା ଘରକୁ ଘୋଡ଼ାଇ ଦେଇ ପରିବାର ରୁହନ୍ତୁ ବୋଲି ଆଶ୍ୱାସନା ଦେଇଥିଲେ, ହେଲେ ବର୍ଷା ଓ ଖରା ଦିନରେ ରହିବା, ଚଳିବା କଷ୍ଟ ଦେଖିବା ଲୋକ ହିଁ ଜାଣୁଥିବେ । ପରିବାରରେ ବୋହୁ ପୁଅ ପିଲା ଛୁଆ ଧରି ଜଞ୍ଜାଳ ଜୀବନକୁ ବିତାଇବାକୁ ପଡୁଥିବା ଜଣାଯାଏ । ରାମ ଭୁଜନ ହରିଜନ ଭାଇଙ୍କ ଘରେ କେତେ ବେଳେ ଆଶ୍ରୟ ନେଇ କଷ୍ଟେ ମଷ୍ଟେ ଚଲୁଛନ୍ତି । ସରକାରୀ ଯୋଜନାରେ ଘରଟିଏ ପାଇଁ ଅନେକ ବାର ପ୍ରଶାସନ, ପଂଚାୟତ କାର୍ଯ୍ୟାଳୟଙ୍କୁ ଜଣାଇ ନିରାଶ ହେବାକୁ ପଡିଛି, ଏହି ଭଙ୍ଗା ଦଦରା ଘରେ ଜରି ଘୋଡାଇ ଥିବା ଘରେ ଆଉ କେତେ ଦିନ ଏହି ପରିବାର ରହିବେ ସାଧାରଣରେ ଚର୍ଚ୍ଚା ହେଉଛି । ସରକାର ଏହି ପରିବାରକୁ ସରକାରୀ ଘର ଯୋଗାଇ ଦେବାକୁ ସାଧାରଣରେ ଓ ନିଜେ ରାମ ଭୁଜନ ହରିଜନ ଅନୁରୋଧ କରିଛନ୍ତି । ସରକାର କେବେ ଅନୁରୋଧ ରକ୍ଷା କରିବେ ଦେଖିବାର କଥା ।                         
 
 Henamanjaree Swain
                                    Henamanjaree Swain                                 
    
 
    
 
 
 
