ଜି-20 ଶିଖର ସମ୍ମିଳନୀ, ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଲେ ମୋଦି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରାଜିଲର ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସାକ୍ଷାତ କରିଛନ୍ତି । ଜାନୁଆରୀରେ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ଭାରତ ଗସ୍ତ ପରେ ଏବଂ ଜୁନ୍ ମାସରେ ଇଟାଲୀରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀ ପରେ, ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ତୃତୀୟ ବୈଠକ ଥିଲା ।
ସେହିପରି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରବୱୋ ସୁବିଆନ୍ତୋଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ନବନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ସେମାନଙ୍କର ବିସ୍ତୃତ ରଣନୀତିକ ଭାଗିଦାରୀ ଢାଞ୍ଚାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ତିନି ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ନିବେଶ, ପ୍ରତିରକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା ।