ଜେଲ ଗଲେ ୩ ଅଭିଯୁକ୍ତ; ବାକି ଦୁହିଁଙ୍କୁ ଖୋଜୁଛି ପୁଲିସ

 ଜେଲ ଗଲେ ୩ ଅଭିଯୁକ୍ତ; ବାକି ଦୁହିଁଙ୍କୁ ଖୋଜୁଛି ପୁଲିସ

ଘର ଦେଖାଇବାକୁ ଡାକି ଆକ୍ରମଣ କରି ଲୁଟ୍ ଘଟଣା
ଭୁବନେଶ୍ୱର, ୧୯ା୧୧ : ଡେଟିଂ ଆପରେ ବନ୍ଧୁତା କରି ପରେ ଯୁବକଙ୍କୁ ଏକ ଘର ଭଡ଼ା ଦେଖାଇବାକୁ ବିଳମ୍ବିତ ରାତିରେ ଡାକି ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ ଘଟଣାରେ ୩ ଅଟକ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ । ବାକି ଦୁଇ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ଚଢ଼ଉ ଆରମ୍ଭ । ଗିରଫ ୩ ଅଭିଯୁକ୍ତ ହେଲେ, ସହିଦନଗର ଭବାନୀ ମଲ ଅଞ୍ଚଳର ଗୋରେଖନାଥ ବେହେରା, ଲକ୍ଷ୍ମୀସାଗର ତଳସାହିର ସୁମନ ସାହୁ ଓ ବଡ଼ଗଡ଼ ଶବର ସାହିର ଆରୟାନ୍ ପାଇକରାୟ । 
ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ଖାରବେଳନଗର ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ କାମ କରିବା ସହ ସେ ମଞ୍ଚେଶ୍ୱର ଥାନା ଅଧିନ ଚକେଇସିଆଣି ଅଞ୍ଚଳରେ ଘର ଭଡ଼ା ନେଇ ରହି ଆସୁଥିଲେ । ହେଲେ ସେଠାର ତାଙ୍କ ହୋଟେଲ ଦୁର ହେବା ସହ ଅଧିକ ଘର ଭଡ଼ା ହେଉଥିବା ନେଇ ସେ କିଛିଦିନ ହେବ ସତ୍ୟନଗର ଅଞ୍ଚଳରେ ସସ୍ତାରେ ଏକ ଘରଭଡ଼ା ଖୋଜୁଥିଲେ । ଏହି ସମୟରେ ଡେଟିଂ ଆପରେ ସତ୍ୟନଗର ମଶାଣି ପଛପଟ ଥିବା ବସ୍ତିର ଜଣେ ଯୁବକଙ୍କ ସହ ଯୋଗାଯୋଗ ହୋଇଥିଲା । ଉକ୍ତ ଆପ ଜରିଆରେ ସେ ଯୁବକଙ୍କ ସହିତ  ପରେ ବନ୍ଧୁତା ସ୍ଥାପନ ହୋଇଥିଲା । ଗତ ରବିବାର ବିଳମ୍ବିତ ରାତି ୧୨ଟା ୩୦ରେ ଅଭିଯୋଗକାରୀଙ୍କର ହୋଟେଲ ଡିଟୁି୍ୟ ସରିଥିଲା ।  ତା ପରେ ସେ ଯୁବକ ଜଣକ ଅବା ବନ୍ଧୁତା ହୋଇଥିବା ବସ୍ତିର ଯୁବକ ଜଣକ ଉକ୍ତ ଆପରେ ମେସେଜ କରି ରାତିରେ ଘର ଦେଖିବାକୁ କହିବାରୁ ସେ ପ୍ରଲଭିତ ହୋଇ ଘର ଦେଖିବାକୁ ରାଜି ହୋଇଥିଲେ । ପରେ ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରୀଙ୍କୁ ସତ୍ୟନଗର ମଶାଣି ପାଖକୁ ଆସିବାକୁ କରିଥିଲେ । ପରେ ଅଭିଯୋଗକାରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ କାଳି ମନ୍ଦିର ଗଳି ପଛପଟ ଏକ ବସ୍ତିର ରୁମକୁ ନେଇଥିଲେ, ସେଠାରେ ତାଙ୍କୁ ଏହି ଘର କହି ଭିତରକୁ ଯାଇ ଘର ଦେଖିବାକୁ କହିଥିଲା ଅଭିଯୁକ୍ତ । ଅଭିଯୁକ୍ତର କଥା ଶୁଣି ଅଭିଯୋଗକାରୀ ଯୁବକ ରୁମ ଭିତରକୁ ଯାଇ ଦେଖିଲା ବେଳକୁ ଅଭିଯୁକ୍ତ ବାହାରପଟୁ କବାଟ ଲକ୍ କରିଦେଇଥିଲା । ଘର ଭିତରେ ଥିଲେ ବାକି ୪ ଅଭିଯୁକ୍ତ । ଘର ଭିତରେ ହଠାତ କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଥିଲା ଅଭିଯୋଗକାରୀଙ୍କୁ ମାଡ, ପରେ ମୁଣ୍ଡରେ ଲାଗିଥିଲା ଏକ ବନ୍ଧୁକ । ପରେ ଭୟରେ ପକେଟରେ ଥିବା ଟଙ୍କା, ରୂପା ବ୍ରେସଲେଟ୍ ଓ ଏଟିଏମ କାର୍ଡକୁ ଲୁଟି ନେଇଥିଲେ । ତା ପରେ ଯୁବକଙ୍କୁ ଏଟିଏମ ପାସୱାର୍ଡ ମାଗିଥିଲେ, କିନ୍ତୁ ଅଭିଯୋଗକାର ମନା କରିବାରୁ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିବା ସହ ଏକ ନାଳରେ ପକାଇ ନାଳ ପାଣି ପିଆଇଥିଲେ । ଏହି ସମୟରେ ଯୁବକ ଜଣଙ୍କ କୌଣସି ସୁତ୍ରରୁ ଅଭିଯୁକ୍ତଙ୍କ କବଳରୁ ଦୌଡ଼ି ଏକ ଅନ୍ଧାରରେ ଲୁଚି ତାଙ୍କ ସାଙ୍ଗ ମାନଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହି ଖବର ପାଇ ଅଭିଯୋଗକାରୀଙ୍କ ସାଙ୍ଗମାନେ ପିସିଆରକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରିଥିଲା ।