ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ,୨ ଫେରାର
ପରିବା ବାବଦକୁ ବକେୟା ଟଙ୍କାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୌରାଞ୍ଚଳ ଆଙ୍କେରଡା କାଳୁଆ ସାହିର ଶ୍ରୀକାନ୍ତ ପ୍ରଧାନ । ଆକ୍ରମଣ ଘଟଣାରେ ହିଞ୍ଜିଳି ପୁଲିସ ଆକ୍ରମଣକାରୀ ଜଣଙ୍କୁ ଗିରଫ କରିଥିବା ବେଳେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୨ ଜଣ ଫେରାର ଅଛନ୍ତି । ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ଆଙ୍କେରଡା ବଡସାହିର ରିଟୁ ନାହାକ (୩୭) ବୋଲି ପୁଲିସ କହିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ଅପରାହ୍ନରେ ରିଟୁ, ତାଙ୍କ ଗ୍ରାମର ଶ୍ରୀକାନ୍ତଙ୍କୁ ଫୋନ୍ କରି ବକେୟା ଟଙ୍କା ମାଗିଥିଲେ । ବକେୟା ଟଙ୍କା କିଛି ଦିନ ପରେ ଦେବାକୁ ଶ୍ରୀକାନ୍ତ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରିଟୁଙ୍କ ସମେତ ୨ ସହଯୋଗୀ ମିଶି ଶ୍ରୀକାନ୍ତଙ୍କୁ ଘରୁ ବାହାରକୁ ଆଣି ଠେଙ୍ଗା ଓ ବାଡିରେ ମରଣାନ୍ତକ ଆକ୍ରମଣ କରିଥିଲେ । ସାହି ମଧ୍ୟରେ ଲୋକେ ଜମା ହେବାରୁ ରିଟୁ ଓ ୨ ସହଯୋଗୀ ମିଶି ଶ୍ରୀକାନ୍ତଙ୍କୁ ଜୋର ଜବରଦସ୍ତ ଏକ ଗାଡିରେ ନିଜ ପରିବା ଗୋଦାମକୁ ନେଇ ପୁଣି ମାଡ ମାରିଥିଲେ । କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ ।