ଗ୍ରାମାଞ୍ଚଳରେ ଅନ୍ଲାଇନ ବେପାର କ୍ରେଜ୍,  ଠକାମୀର ଶିକାର ହେଉଛନ୍ତି ଲୋକେ

ଗ୍ରାମାଞ୍ଚଳରେ ଅନ୍ଲାଇନ ବେପାର କ୍ରେଜ୍,  ଠକାମୀର ଶିକାର ହେଉଛନ୍ତି ଲୋକେ


ଟମକା: ସ୍ମାର୍ଟ ଫୋନରେ ଅର୍ଡର ପରେ ୬/୭ ଦିନ ଭିତରେ ଘରେ ପହଞ୍ଚି ଯାଉଛି ଜିନିଷ । ସଉଦା ଠାରୁ ଆରମ୍ଭ କରି ଡ୍ରେସ୍ ମୋବାଇଲ ଠାରୁ ଆରମ୍ଭ କରି ଔଷଧ ସବୁ କିଛି ମିଳି ପାରୁଛି ଅନଲାଇନରେ । ଆମଜନ, ଫ୍ଲିପକାର୍ଟ ପରି ସାଇଟରେ ହଜାର ହଜାର ଅର୍ଡର କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏହାର କ୍ରେଜ ଦେଖିବାକୁ ମିଳୁଛି । ରାତି ପାହିଲେ ଅନଲାଇନରୁ ଅର୍ଡର ହୋଇଥିବା ଜିନିଷ ଗ୍ରହଣ କରିବାକୁ ଟମକା ଛକରେ ଭିଡ଼ ଦେଖିବାକୁ ମିଳୁଛି । ଦୈନିକ୨ରୁ ଅଧିକ ଡେଲିଭର ବୟ ଟମକା ଛକ ନିକଟସ୍ଥ ବସଷ୍ଟପ ପାଖ ପିଣ୍ଡିରେ ପସରା ମେଲାଉଥିବା ଦେଖିବାକୁ ମିଳିଛି । ଆଖପାଖ ଗ୍ରାମର ଯୁବକ ଯୁବତୀଙ୍କ ସହ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଅନଲାଇନରେ ଅର୍ଡର କରି ଜିନିଷ ଗ୍ରହଣ କରିବାକୁ ଏଠାରେ ଭିଡ ଜମାଉଥିବା ଦେଖାଯାଇଛି । ବିଶେଷ କରି ଏଭଳି ଅନଲାଇନ ସାଇଟ୍ରେ କ୍ୟାସ ଅନ ଡେଲିଭର ଏବଂ ରିଟର୍ଣ୍ଣ ଭଳି ପଲିସି ପରି ବ୍ୟବସ୍ଥା ରହୁଥିବାରୁ ଦିନକୁ ଦିନ ବହୁଳ ଚାହିଦା ବଢିବାରେ ଲାଗିଛି । ଯାହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଦୋକାନୀଙ୍କ ଉପରେ ପଡୁଥିବା ଦେଖାଯାଇଛି । ବିଶେଷ କରି ଟେସନାରୀ, ମୋବାଇଲ, କପଡ଼ା ଦୋକାନ ଉପରେ ଏହାର ବିଶେଷ ପ୍ରଭାବପଡୁଛି । ବର୍ଷକୁ ବର୍ଷ ସ୍ଥାନୀୟ ବେପାରୀ ଲକ୍ଷାଧିକ କ୍ଷତି ସହୁଥିବା ସୂଚନା ମିଳିଛି । ତେବେ ଅନ୍ଲାଇନରେ ଜିନିଷ କିଣୁଥିବା ଲୋକଅନେକ ସମୟରେ ଶୋଷଣର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଫ୍ରଡ ସାଇଡରେ ଲୋଭନୀୟ ଓ ଆକର୍ଷଣୀୟ ଅଫର ଦେଇ ସାଧାରଣ ଲୋକଙ୍କୁ ଆକର୍ଷିତ କରି ଜିନିଷ ଅର୍ଡର କରାଇବାରେ ସଫଳ ହେବା ପରେ ଫ୍ରଡ଼ର ମାନେ ନକଲି ଜିନିଷ ଦେଇ ଠକୁଥିବା ମଧ୍ୟ ଦେଖାଦେଇଛି । ସେହିପରି ଭାବେ ଫ୍ରଡ ଅନଲାଇନ ସାଇଟରୁ ଅର୍ଡର କରିବା ସମୟରେ ସାଇବର ଠକମାନେ ବିଭିନ୍ନ ତଥ୍ୟ ଚୋରାଇ ଲୋକମାନଙ୍କ ଆକାଉଣ୍ଟ ଅର୍ଥ ଲୁଟ କରିବାର ମଧ୍ୟ ନଜିର ରହିଛି । ତେବେ ଗ୍ରାମାଞ୍ଚଳରେ ଏହି ଅନଲାଇନର କ୍ରେଜ ବଢ଼ୁଥିବା ବେଳେ ଫ୍ରଡ ଓ ସାଇବର ଠକଙ୍କ ପ୍ରତି ସତର୍କ ରହିବା ଜରୁରୀ ହୋଇପଡ଼ିଛି ।