ଯାଜପୁର କାଳୀ ପୂଜା ପ୍ରସ୍ତୁତି ବୈଠକ

ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଶନିବାର ଯାଜପୁରର ଗଣପର୍ବ କାଳୀପୂୂଜାକୁ ଶାନ୍ତି ଶୃଙ୍ଖଳା ଭାବେ ପାଳନ କରିବା ନିମନ୍ତେ ଜିଲାପରିଷଦ ସମ୍ମିଳନୀ ଗୃହରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଗଣପର୍ବ କାଳୀପୂଜାକୁ ଶାନ୍ତି, ମୈତ୍ରୀ, ସଂପ୍ରିତି, ଭାଇଚାରା ଓ ସୌହାଦ୍ର୍ୟପୂର୍ଣ୍ଣ ଶୃଙ୍ଖଳା ବାତାବରଣ ମଧ୍ୟରେ ପୂଜା ଓ ଭସାଣିକୁ ସମାନ କରିବା ନିମନ୍ତେ ଜିଲାପାଳ ଶ୍ରୀମତୀ ରେଡ୍ଡୀ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କ ସହଯୋଗ କାମନା କରିଥିଲେ । ଏଥି ସହିତ ଚଳିତ ବର୍ଷ ପୂଜା ମଣ୍ଡପ ଓ ତାର ଚାରିପାର୍ଶ୍ୱିକ ଅଞ୍ଚଳରେ ସ୍ୱଚ୍ଛତା ରଖିବାପାଇଁ ପରାମର୍ଶ ଦେବା ସହିତ ଶ୍ରେଷ୍ଠ ବିବେଚିତ ୩ ଗୋଟି ପୂଜାମଣ୍ଡକୁ ଯାଜପୁର ପୌରସଂସ୍ଥା ପକ୍ଷରୁ ପୁରସ୍କୃତ କରାଯିବ । ବିଭିନ୍ନ ପୂଜା କମିଟି ଓ ପୂଜା ମଣ୍ଡ ଗୁଡ଼ିକର ସଭାପତି, ସମ୍ପାଦକ, ଶାନ୍ତି କମିଟିର ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତି ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସ୍ତାବମାନ ଉତ୍ଥାପନ କରିଥିଲେ । ବିଭିନ୍ନ ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ବିଭିନ୍ନ ପ୍ରସଙ୍ଗରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆସନ୍ତା ନଭେମ୍ବର ୩୦ତାରିଖରୁ ଲକ୍ଷ୍ମୀ ନାରାୟଣ ପୂଜା ଓ ୩୧ ତାରିଖରୁ ମା' କାଳୀ ପୂଜା ଆରମ୍ଭ ହେବା ସହ ନଭେମ୍ବର ୮ ଓ ୯ ତାରିଖ ୨ ଦିନ ଧରି ଭସାଣି ଉସôବ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବର୍ଷ ନୂତନ ଭାବେ ପ୍ରଚଳିତ ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ସମସ୍ତ ପୂଜା କମିଟି ତାଙ୍କର ଫାୟର ସାର୍ଟିଫିକେଟ, ସାଉଣ୍ଡ ପରମିଶନ ଓ ଇଲେକ୍ଟ୍ରିକ ସାର୍ଟିଫିକେଟ ଆବେଦନ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେବା ପାଇଁ ବ୍ୟବସ୍ଥା କରାଯିବ । ପୂଜା ସମୟରେ ପ୍ରତ୍ୟେହ ରାତ୍ର ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ପୂଜା କମିଟିମାନ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣିର ବ୍ୟବସ୍ଥା କରିବା, ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ଶବ୍ଦ ପ୍ରଦୁ୍ୟଷଣ ନକରିବା, ପ୍ରତ୍ୟେକ ପୂଜା କମିଟିର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିବା, ଶାନ୍ତି କମିଟିର ସଦସ୍ୟମାନେ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ମରାମତି ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ, ୨ରୁ ୩ଗୋଟି ଟ୍ରାନସଫର୍ମର ମହଜୁଦ କରି ରଖିବା, ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।ସମସ୍ତ କାର୍ଯ୍ୟର ତଦାରଖ ନିମନ୍ତେ ଏକ କୋର କମିଟି ଗଠନ କରିବାକୁ ଜିଲାପାଳ ସୂଚନା ଦେଇଥିଲେ । ଯେଉଁ ପୂଜା କମିଟି ବା ପୂଜାମଣ୍ଡ ନିଷ୍ପତ୍ତିକୁ ଅବମାନନା ବା ଉଲଂଘନ କରିବେ ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ସମୂହ ପୂଜାରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଜିଲାପାଳ ପ୍ରକାଶ କରିଥିଲେ । ସେହିପରି ପୂଜା ମଣ୍ଡପ ନିକଟରେ ସିସି କ୍ୟାମେରା ଲଗାଇବା, ଭସାଣି ଦିବସରେ ମଦ ଦୋକାନ ବନ୍ଦ ରଖିବା, ପୌରାଞ୍ଚଳରେ ସମସ୍ତ ରାସ୍ତାଘାଟ ଆଲୋକିକରଣ କରିବା ଆଦି କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ମୁଖ୍ୟଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଅଶୋକ କୁମାର ବେହୁରିଆ, ସହକାରୀ ଜିଲାପାଳ ନିବେଦିତା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ଡିଆଇବି ଡିଏସପି ଅନିଲ ପ୍ରଧାନ, ରିଜର୍ଭ ଇନ୍ସପେକ୍ଟର ଦିନେଶ କୁମାର ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା, ଭାରାପ୍ରାପ୍ତ ଟାଉନ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଯାଜପୁର ପୌର ଅଧିକ୍ଷକ ସନ୍ତୋଷ କୁମାର ମଲ୍ଲିକ, ପୂଜା ଓ ଶାନ୍ତି କମିଟିର ବରିଷ୍ଠ କର୍ମକର୍ତା କର୍ଣ୍ଣାଟ କେଶରୀ ଦାସ, ବଟକୃଷ୍ଣ ମହାପାତ୍ର, ଦିଗମ୍ବର କର, ଭବପ୍ରସାଦ ଦାସ, ବଳଭଦ୍ର ଦାସ, ବରିଷ୍ଠ ରାଜସ୍ୱ ସହାୟକ ମଦନ ମୋହନ ପତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।