ଇଫ୍କୋ ଏମ୍ଡିଙ୍କୁ ଆଇସିଏ ରୋଚଡେଲ ପାୟୋନିୟର୍ସ ଆୱାର୍ଡ
ଭୁବନେଶ୍ୱର: ଭାରତୀୟ କୃଷକ ସାର ସମବାୟ ଲିମିଟେଡ (ଇଫକୋ)ର ପରିଚାଳନା ନିର୍ଦ୍ଦେଶକ ଡ.ୟୁ.ଏସ.ଅୱସ୍ଥିଙ୍କୁ ଇଣ୍ଟରନ୍ୟାସନାଲ କୋଅପରେଟିଭ ଆଲାଏନ୍ସ (ଆଇସିଏ)ର ୨୦୨୪ ରୋଚଡେଲ ପାୟୋନିୟର୍ସ ପୁରସ୍କାର ପ୍ରଦାନ କରାଯାଇଛି । ଡ.ଭର୍ଗିଜ କୁରିଏନଙ୍କ ପରେ ଡ.ଅୱସ୍ଥି ଦ୍ୱିତୀୟ ଭାରତୀୟ ଭାବରେ ଏହି ପୁରସ୍କାର ଲାଭ କରିଛନ୍ତି । ଡ.କୁରିଏନ୍ ୨୦୦୧ରେ ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୦୦ରେ ସ୍ଥାପିତ ରୋଚଡେଲ ପାୟୋନିୟର୍ସ ପୁରସ୍କାର ଆଇସିଏ ପକ୍ଷରୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ପୁରସ୍କାର ଅଟେ । ଏହା ଚୋଚଡେଲଙ୍କ ଚିନ୍ତାଧାରାକୁ ନେଇ ଜଣେ ବ୍ୟକ୍ତିବିଶେଷ ଅଥବା ସ୍ୱତନ୍ତ୍ର କ୍ଷେତ୍ରରେ ଏକ ସମବାୟ ସଂଗଠନକୁ ନବୋନ୍ମେଷୀ ଏବଂ ଆର୍ଥିକ ଦୃଷ୍ଟିରୁ ଦୀର୍ଘସ୍ଥାୟୀ ସମବାୟ କାର୍ଯ୍ୟକଳାପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଦାନ କରିଥାଏ, ଯେଉଁ ପ୍ରୟାସ ଦ୍ୱାରା ସେମାନଙ୍କର ସଦସ୍ୟମାନଙ୍କୁ ଉଲ୍ଲେଖନୀୟ ଫାଇଦା ପହଞ୍ଚିଥିବ । ଡ.ଅୱସ୍ଥି କହିଥିଲେ, “ଆଇସିଏର ଏହି ସମ୍ମାନଜନକ ପୁରସ୍କାର ଲାଭ କରି ମୁଁ ନିଜକୁ ଅତ୍ୟନ୍ତ ସମ୍ମାନିତ ଓ ଗୋ÷ରବାନ୍ୱିତ ମନେକରୁଛି । ଏହି ପୁରସ୍କାର ସମ୍ମାନନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ସହକାର୍ ସେ ସମୃଦ୍ଧି’ ଦୂରଦୃଷ୍ଟିକୁ ନିଜ ସହିତ ବହନ କରୁଛି ଏବଂ ସମ୍ମାନନୀୟ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କର ମାର୍ଗଦର୍ଶନ ଓ ଅଦମ୍ୟ ନେତୃତ୍ୱ ଅଧୀନରେ ଇଫ୍କୋର ଅନନ୍ୟ ପ୍ର୍ରୟାସଗୁଡିକ ସମ୍ପର୍କରେ ଆଲୋକପାତ କରୁଛି ।