ହାଜମୋଲା ଖାଇଲେ ବିଜେପି ଓ କଂଗ୍ରେସ
haryana and JK election result
ଭୁବନେଶ୍ୱର : ହରିୟାଣା ଓ ଜାମ୍ମୁକାଶ୍ମୀର ନିର୍ବାଚନରେ ବିଜେପି ଓ କଂଗ୍ରେସ ହାଜମୋଲା ଖାଇଛନ୍ତି । କାହିଁକିନା ଉଭୟଙ୍କ ପାଇଁ ଏହା ଟିକେ ଖଟା ଓ ଟିକେ ମିଠା ଅନୁଭବ ଆଣିଦେଇଛି । ଏକଜିଟ ପୋଲ ଆକଳନକୁ ଭୁଲ ପ୍ରମାଣିତ କରି ହରିୟାଣାରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଏଯାବତ୍ ବିଜେପି ୪୯ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୬ ଆସନରେ ଆଗୁଆ ରହିଛି । ସେହିପରି ଆଇଏନଏଲଡ଼ି ଓ ବିଏସପି ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି । ସେହିପରି ୩ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି ।
ଅପରପକ୍ଷରେ ଜାମ୍ମୁକାଶ୍ମୀରରେ ନାସନାଲ କନଫେରେନ୍ସ ୪୧ ଆସନରେ ଆଗୁଆ ଥିବାବେଳେ ବିଜେପି ୨୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୬ ଆସନରେ ଆଗୁଆ ଥିବାବେଳେ ପିଡ଼ିପି ୪ ଆସନରେ ଅଗ୍ରଣୀ ହାସଲ କରିଛି । ଅପରପକ୍ଷରେ ଜେପିସି ୧, ସିପିଆଇଏମ ୧, ଆମ ଆଦମୀ ପାର୍ଟି ୧ ଓ ସ୍ୱାଧୀନ ଭାବେ ୭ ଜଣ ଆଗୁଆ ରହିଛନ୍ତି ।
ଅତଏବ ହରିୟାଣାରେ ବିଜେପି ସରକାର ଗଢ଼ିବାର ଥିବାବେଳେ ଜାମ୍ମୁକାଶ୍ମୀରରେ ଇଣ୍ଡି ମେଣ୍ଟ ସରକାର ଗଢ଼ିବା ନିଶ୍ଚିତ ହୋଇଯାଇଛି ।