ଯୌତୁକ ଆଇନର ଅପବ୍ୟବହାର ବନ୍ଦ ହେବା ଉଚିତ: ସୁପ୍ରିମକୋର୍ଟ
ବେଙ୍ଗାଲୁରୁର ଅତୁଲ ସୁଭାସଙ୍କ ଆତ୍ମହତ୍ୟାକୁ ନେଇ ସୋସିଆଲ ମିଡିଆରେ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ପନôୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସୁଭାସ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପନôୀ ଅତୁଲଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏବଂ ହତ୍ୟା ସମେତ ୯ ଟି ମାମଲା ଦାୟର କରିଥିଲେ । ନିଜକୁ ନିଦେ୍ର୍ଦାଷ ଘୋଷଣା କରି ସୁଭାସ ତାଙ୍କ ପନôୀଙ୍କ ଅତ୍ୟାଚାରକୁ ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ଏବଂ ୮୦ ମିନିଟର ରେକର୍ଡ ହୋଇଥିବା ଭିଡିଓ ବାର୍ତ୍ତାରେ ବର୍ଣ୍ଣନା କରିଛନ୍ତି ।
ତାଙ୍କ ଦ୍ୱାରା ଲିଖିତ ନୋଟ୍ ଏବଂ ଭିଡିଓର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗଛି । ଅତୁଲଙ୍କ ଆତ୍ମହତ୍ୟା ପରେ ସୁପ୍ରିମକୋର୍ଟ ଯୌତୁକ ନିର୍ଯାତନା ସହ ଜଡିତ ଆଇନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏଭଳି ମାମଲାର ଶୁଣାଣି ବେଳେ କୋର୍ଟ ଯନôବାନ ହେବା ଉଚିତ୍ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଯୌତୁକ ନିର୍ଯାତନା ମାମଲାରେ ଆଇନର ଅପବ୍ୟବହାରକୁ ରୋକିବା ପାଇଁ କୋର୍ଟ ଯନôବାନ ହେବା ଉଚିତ୍ । ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଜଡିତ କରିବାର ପ୍ରବୃତିକୁ ଦୃଷ୍ଟିରେ ରଖି ନିରୀହ ପରିବାର ସଦସ୍ୟଙ୍କୁ ଅନାବଶ୍ୟକ ଅସୁବିଧାରୁ ରକ୍ଷା କରାଯିବା ଉଚିତ୍ ।
ଜଷ୍ଟିସ୍ ବି. ନାଗରନôା ଏବଂ ଜଷ୍ଟିସ୍ ଏନ. କୋଟିଶ୍ୱର ସିଂ ଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ, ବୈବାହିକ ବିବାଦରେ ଆବଦ୍ଧ ହୋଇଥିବା ଅପରାଧୀକ ମାମଲାରେ ପରିବାର ସଦସ୍ୟଙ୍କ ସକ୍ରିୟ ସମ୍ପୃକ୍ତି ଥିବା ନିର୍ଦ୍ଦିଷ୍ଟ ଅଭିଯୋଗ ବିନା ପରିବାର ସଦସ୍ୟଙ୍କ ନାମ ଉଲ୍ଲେଖ କରିବାକୁ ବାରଣ କରାଯିବା ଉଚିତ୍ । ବେଞ୍ଚ କହିଛନ୍ତି, ନ୍ୟାୟିକ ଅନୁଭୂତିରୁ ଏହା ଏକ ଜଣାଶୁଣା ତଥ୍ୟ ଯେ ବୈବାହିକ ବିବାଦ ହେଲେ ସ୍ୱାମୀଙ୍କ ସମସ୍ତ ପରିବାର ସଦସ୍ୟଙ୍କୁ ଜଡିତ କରିବାର ପ୍ରବୃତି ଥାଏ । ଠୋସ୍ ପ୍ରମାଣ କିମ୍ବା ନିର୍ଦ୍ଦିିଷ୍ଟ ଅଭିଯୋଗ ବିନା ସାଧାରଣ ତଥା ବ୍ୟାପକ ଅଭିଯୋଗ ଅପରାଧୀକ କାର୍ଯ୍ୟାନୁଷ୍ଠାନର ଆଧାର ହୋଇପାରିବ ନାହିଁ । ତେଣୁ ସର୍ବୋଚ୍ଚÿ ନ୍ୟାୟାଳୟ କହିଛନ୍ତି ଯେ, ଏଭଳି ମାମଲାରେ ଆଇନଗତ ବ୍ୟବସ୍ଥାର ଅପବ୍ୟବହାରକୁ ରୋକିବା ଏବଂ ନିରୀହ ପରିବାର ସଦସ୍ୟଙ୍କୁ ଅନାବଶ୍ୟକ ସମସ୍ୟାରୁ ରକ୍ଷା କରିବା ପାଇଁ କୋର୍ଟ ସତର୍କତା ଅବଲମ୍ବନ କରିବା ଉଚିତ୍ । ତେଲେଙ୍ଗାନା ହାଇକୋର୍ଟଙ୍କ ରାୟକୁ ଖାରଜ କରି ସୁପ୍ରିମକୋର୍ଟ ଏହା କହିଛନ୍ତି ।
ଅତୁଲଙ୍କ ପନôୀ ଅତୁଲ ଏବଂ ତାଙ୍କ ପିତାମାତା ତଥା ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଦାଖଲ କରିଥିବା ଯୌତୁକ ନିର୍ଯାତନା ମାମଲାକୁ ଖାରଜ କରିବାକୁ ମନା କରିଦେଇଥିଲେ । ସର୍ବୋଚ୍ଚÿ ନ୍ୟାୟାଳୟ କହିଛନ୍ତି ଯେ ସଂଶୋଧନ ମାଧ୍ୟମରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ରେ ଧାରା୪୯୮-ଏକୁ ଅନ୍ତର୍ଭୁକ୍ତ କରିବାର ଉଦେ୍ଦଶ୍ୟ ହେଉଛି ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଜଣେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବା, ଯାହାଦ୍ୱାରା ପ୍ରଶାସନ ଦ୍ୱାରା ତୁରନ୍ତ ହସ୍ତକ୍ଷେପ ସୁନିଶ୍ଚିତ ହେବ । ଏବେ ଭାରତୀୟ ଜଷ୍ଟିସ କୋଡ ଦ୍ୱାରା ଭାରତୀୟ ଦଣ୍ଡ ସଂହିତା ବଦଳାଯାଇଛି ଏବଂ ବର୍ତ୍ତମାନ ଏଥିରେ ଅପରାଧ ସହ ଜଡିତ ବିଭାଗଗୁଡ଼ିକ ବଦଳିଛି । ତଥାପି, ପୁରୁଣା ମାମଲାଗୁଡ଼ିକର ବିଚାର ଆଇପିସି ଅଧୀନରେ ଚାଲିବ ।