ବାଙ୍କୀ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

 ବାଙ୍କୀ: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ପରିଚାଳନା କମିଟିର ସଭାପତି ଡକ୍ଟର ପ୍ରଦୀପ କୁମାର ବେହେରା ସଭାପତିତ୍ୱ କରି ପ୍ରତିଷ୍ଠା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉଦ୍ଘାଟକ ଭାବେ ବିଧାୟକ ଦେବୀରଞ୍ଜନ ତି୍ରପାଠୀ ଉତ୍ସବକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ିବା ସହିତ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଡକ୍ଟର ଧରଣୀଧର ନନ୍ଦ ଯୋଗଦାନ କରି କଲେଜର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡକ୍ଟର ଧରଣୀଧର ରଣା, ସମ୍ମାନିତଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ପ୍ରଫେସର ଡକ୍ଟର ରମେଶ ଚନ୍ଦ୍ର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ରାଜ ଓ ଉଚ୍ଚଶିକ୍ଷା ବିଭାଗର ଉପନିଦେ୍ର୍ଦଶକ ପ୍ରଫେସର ଡକ୍ଟର ରଜତ୍ କୁମାର ମାନସିଂହ ଯୋଗଦାନ କରି ଉତ୍ସବର ସଫଳତା କାମନା କରିଥିଲେ । ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ + ୨ ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରତିଷ୍ଠା ଦିବସର ସଂଯୋଜକ ଡକ୍ଟର ନିରାକାର ପ୍ରସାଦ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ସ୍ନାତକୋତ୍ତର ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ନିଲମ ସାହୁ ଶ୍ରେଷ୍ଠ ସ୍ନାତକତ୍ତୋର ଭାବେ ପୁରସ୍କାର ସହିତ ସ୍ୱର୍ଗତ ଆଇନଜୀବୀ ପ୍ରସନ୍ନ ମିଶ୍ର ମେମୋରିଆଲ୍ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ ଶିକ୍ଷାରେ କ୍ଷୀତିଜା ଶତପଥୀ, ସଂସ୍କୃତରେ ରଶ୍ମିତା ନାୟକ, ଇଂରାଜୀରେ ଭାଗ୍ୟଶ୍ରୀ ମହାପାତ୍ର, ଗୃହବିଜ୍ଞାନରେ ପୁଷ୍ପଲତା ପଣ୍ଡା, ମନୋବିଜ୍ଞାନରେ ଶୁଭ୍ରାଂଶୁ ରଞ୍ଜନ ବେହେରା ଓ ବାଣିଜ୍ୟରେ ଶୁଭଦ୍ରା ବାରିକ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ ହୋଇଥିଲେ । ସେହିପରି ଚଳିତ ବର୍ଷ + ୩ କମ୍ପୁ୍ୟଟର ବିଜ୍ଞାନ ଛାତ୍ରୀ ବିଶ୍ୱବନ୍ଦନୀୟା ମହାପାତ୍ର ଶ୍ରେଷ୍ଠ ସ୍ନାତକ ପୁରସ୍କାର ପାଇଥିବାବେଳେ କଳାରେ ଦେବ ସଂଜୀବନୀ ପରିଡା, ବାଣିଜ୍ୟରେ ଆୟୁଷ ଅଗ୍ରୱାଲ, ରସାୟନ ବିଜ୍ଞାନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଦୀପାଞ୍ଜଳି ବେଉରାଙ୍କୁ ସ୍ନେହଲତା ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ + ୨ ବିଜ୍ଞାନରେ ହରପି୍ରୟା ଦାସ, କଳାରେ ସ୍ୱାତୀ ସ୍ୱାଗତିକା ତ୍ରିପାଠୀ ଓ ବାଣିଜ୍ୟରେ ତାପସ କୁମାର ସାହୁ ଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ମହାବିଦ୍ୟାଳୟର ପୁରାତନ ଅଧ୍ୟକ୍ଷମାନଙ୍କୁ ମାନପତ୍ର ଓ ଉପଢ଼ୋ÷କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ, ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ଅଧ୍ୟାପକ ଆଶିଷ କୁମାର ପାଢ଼ୀ, ଭୂପତି ଭୂଷଣ ପ୍ରଧାନ ଓ ସୁଜିତ୍ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମିଶ୍ର, କ୍ୟାପଟେନ୍ ଭବାନୀ ପ୍ରସାଦ ହୋତା, କ୍ୟାପଟେନ୍ ବେଣୁଧର ଲେଙ୍କା, ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟନନ୍ଦ, ଡକ୍ଟର ଅରୁଣ ବେହେରା, ଅଧ୍ୟକ୍ଷ ସଦାନନ୍ଦ ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ କଲେଜ ପରିସରରେ ଥିବା ପ୍ରତିଷ୍ଠାତା ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ, ବୀରାରାଣୀ ଶୁକଦେଈ, ପ୍ରଥମ ବିଧାୟକ ଗୋକୁଳାନନ୍ଦ ପ୍ରହରାଜ, ପ୍ରଥମ ପରିଚାଳନା କମିଟି ସଭାପତି ଅନନ୍ତ ଦେଉରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହାତାବଙ୍କ ସମେତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷା ପ୍ରାଧ୍ୟାପିକା ମନତୀ ଧିର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଣୀଶୁକଦେଇ ଛାତ୍ରୀ ନିବାସର ଖାଦ୍ୟଶାଳା ଓ ମହାବିଦ୍ୟାଳୟର ସାମ୍ ସେଣ୍ଟର୍ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ।