କଂଗ୍ରେସକୁ ଯିବେ ସୁବର୍ଣ୍ଣ ନାଏକ     

କଂଗ୍ରେସକୁ ଯିବେ ସୁବର୍ଣ୍ଣ ନାଏକ     

କେନ୍ଦୁଝର: ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାଏକ ଏବଂ ତାଙ୍କ ପତ୍ନୀ ତଥା ପୂର୍ବତନ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ପ୍ରତିଭା ମଞ୍ଜରୀ ନାଏକ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେବେ । ଭୁବନେଶ୍ୱର କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୋହନ ପରିଡା ଙ୍କ ଉପସ୍ଥିତିରେ ଶତାଧିକ କର୍ମୀଙ୍କ ସଂ କଂଗ୍ରେସ ଦଳରେ ରେ ଯୋଗଦେବେ । ଇଂ ସୁବର୍ଣ୍ଣ ନାଏକ ୧୪ ତମ ବିଧାନସଭାର ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳର ସଦର ବିଧାୟକ ଥିଲେ । ଆରଡି ବିଭାଗର ଜେଇଇ ପଦବୀ ରୁ ଇସ୍ତଫା ଦେଇ ରାଜନୀତିକୁ ପ୍ରବେଶ କରିଥିଲେ । ତାଙ୍କ ସମୟରେ ସଦର ନିର୍ବାଚନମଣ୍ଡଳୀର ବହୁବିଧ ଉନ୍ନତି କରିଥିବା ସେ କହିଛନ୍ତି । ତାଙ୍କ ପତ୍ନୀ ପ୍ରତିଭା ମଞ୍ଜରୀ ନାଏକ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ଝୁମ୍ପୁରା ବ୍ଲକ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କାର ପାଇଥିଲା । ପ୍ରତିଭା ମଞ୍ଜରୀ ନାଏକ କଂଗ୍ରେସରେ ଯୋଗଦେବା ପରେ ସଦର ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହି ଆସନରୁ ପୂର୍ବରୁ ବିଜେପିରୁ ବର୍ତ୍ତମାନ ବିଧାୟକ ଥିବା ମୋହନ ଚରଣ ମାଝୀ,ବିଜେଡିରୁ ପୂର୍ବତନ ନଗରପାଳ ମୀନା ମାଝୀ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ୩ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି । କଂଗ୍ରେସରୁ ପ୍ରତିଭା ମଞ୍ଜରୀ ନାଏକ ପ୍ରାର୍ଥୀ ହେଲେ ସଦର ଆସନରେ ତ୍ରିମୁଖୀ ଲଢେଇ ହେବ ବୋଲି ଆଲୋଚନା ହେଉଛି ।