କଳିଙ୍ଗନଗରରେ ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଞ୍ଚର ରଣହୁଙ୍କାର; ସବୁ ସମସ୍ୟାର କାରଣ ଜନପ୍ରତିନିଧି
ଦାନଗଦୀ: କଳିଙ୍ଗନଗରରେ ଯେତେ ସବୁ ସମସ୍ୟା ତାହାର କାରଣ ହେଉଛନ୍ତି ଜନପ୍ରତିନିଧି । କଳିଙ୍ଗନଗର ସ୍ଥିତ ଆମ୍ବଗଡିଆ ଠାରେ ୧୪ରୁ ଉର୍ଦ୍ଧ ସଂଗଠନ ଗୋଟେ ମଞ୍ଚରେ ଏକାଠି ହୋଇ ଏଭଳି ମନ୍ତବ୍ୟ ଦେବା ସହ କଳିଙ୍ଗନଗରର ବିସ୍ଥାପିତଙ୍କର ଦୁଃଖ ସମସ୍ୟା ଦୂର କରିବା ପାଇଁ ରଣ ହୁଙ୍କାର ଦେଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ ହେବ ଖଣି ଶିଳ୍ପ ଯେଉଁ ମାନଙ୍କ ଜମିରେ ହେଲା ସେମାନେ ଆଜି ଭିକାରି ପାଲଟି ଯାଇଛନ୍ତି । ଆଉ ମାଲିକ ନେତା, ଶିଳ୍ପପତି ଏବଂ ଖଣି ଲିଜଧାରୀ ହୋଇଛନ୍ତି । ସବୁ ବିସ୍ଥାପିତ ମାନଙ୍କୁ ତାଙ୍କ ହକ ପାଇଁ ଏକାଠି କରାଇ ଦେଉନାହାନ୍ତି ସୁକିନ୍ଦାର ଜନ ପ୍ରତିନିଧି ଓ ରାଜ୍ୟ ସରକାର । ସିଧା ସିଧା ସେମାନେ ସୁକିନ୍ଦା ଜନ ପ୍ରତିନିଧି ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ସ୍ଲୋଗାନ ଦେଇ ବିରୋଧ କରିବାର ଦେଖିବାକୁ ମିଳିଥିଲା । ସଭାରେ ରାଜ୍ୟ, ରାଜ୍ୟ ବାହାରୁ ବିଭିନ୍ନ ନେତୃମଣ୍ଡଳୀ ଆସି ସ୍ଥାନୀୟ ସଂଗଠନର ଲୋକଙ୍କୁ ଏକ ହୋଇ ଲଢ଼ିଲେ ଆମକୁ ଟାଟା କାରଖାନା ସହ ଅନ୍ୟ ସବୁ କାରଖାନାରୁ ହକ ମିଳିପାରିବ ବୋଲି କହିଥିଲେ । ଖଣି ଶିଳ୍ପ ଭରା ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଲା ସୁକିନ୍ଦା । ୫୦ ପ୍ରତିଶତ ଆଦିବାସୀ ହରିଜନ ଭୋଟରଙ୍କ ମତଦାନ ନେତାଙ୍କର ଭାଗ୍ୟ ନିର୍ଧାରଣ କରେ । ନୀଳାଚଳ କାରଖାନା ଫାଟକ ସମ୍ମୁଖରେ ଦୀର୍ଘ ୨ ମାସ ହେବ ଜମିହରା ବାସଚୁ୍ୟତ ଚାକରି ପାଇଁ ଧାରଣାରେ ବସିଲେଣି । ପ୍ରଶାସନ, ଆନେ୍ଦାଳନକାରୀ, କାରଖାନା କର୍ତ୍ତୃପକ୍ଷଙ୍କର ତ୍ରିପାକ୍ଷିକ ବୈଠକରେ କିଛି ସୁଫଳ ମିଳିନାହିଁ । ଆନେ୍ଦାଳନ କାରୀଙ୍କ କହିବା କଥା ଯେଉଁ ମାନେ ବିସ୍ଥାପିତ ବେଳେ ଚାକରି କରିଥିଲେ ସେମାନେ ଚାକିରୀ ସମୟରେ ମୃତୁ୍ୟ କଲେ ତାଙ୍କ ପରିବାରକୁ ଆଉ ଜଣଙ୍କୁ ନୀଳାଚଳ କାରଖାନା ଚାକରି ଦେଉ । କମ୍ପାନୀ କହିବା କଥା ସେପରି କିଛି ନିୟମ ନାହିଁ, ତମେ ମାନେ ଆଉଟସୋରସିଂରେ ସପ୍ଲାଇରେ ରହିପାରିବ । ଏକଥାରେ ରାଜି ନହୋଇ ଆନେ୍ଦାଳନ କରୁଥିବା ପରିବାରଙ୍କୁ ବହୁତ ସଂଗଠନ ଇତି ମଧ୍ୟରେ ସମର୍ଥନ ଦେଲେଣି । ଆଦିବାସୀ ନେତା ଆମରଣ ଅନଶନରେ ବସି ଅସୁସ୍ଥ ହୋଇ ମେଡିକାଲ ଗଲେଣି । କିନ୍ତୁ ସମସ୍ୟାର ସମାଧାନ ହେଉନାହିଁ । ଏହାକୁ ନେଇ ଏହି ବିରାଟ ସଭାରେ କଳିଙ୍ଗନଗରର ସମସ୍ତ ବିସ୍ଥାପିତ ପରିବାର ଓ ଅନ୍ୟାନ ଆଦିବାସୀ, କୃଷକ ସଂଗଠନ, ଶ୍ରମିକ ସଂଗଠନଙ୍କର ବୀରଭୂମି ଆମ୍ବଗାଡ଼ିଆ ସହିଦ ପଡିଆରେ ଏକାଠି ହୋଇଥିଲେ । ସଭାରେ ବକ୍ତା ଅଭିଯୋଗ କରିଥିଲେ କି ସ୍ଥାନୀୟ ବିଧାୟକ ଏ କଥାକୁ ଗୁରୁତର ସହ ନେଉ ନାହଁନ୍ତି କି ନିର୍ବାଚନ ଆଚରଣ ବିଧି ଘୋଷଣା ପୂର୍ବରୁ ମନ୍ତ୍ରୀ ଥାଇ ମଧ୍ୟ ସେମାନଙ୍କ ଦୁଃଖ ବୁଝୁ ନାହଁନ୍ତି କି ଦେଖା କରିବାକୁ ଆସୁ ନାହଁନ୍ତି । ସଭାରେ ବିସ୍ଥାପନ ବିରୋଧ ଜନମଞ୍ଚ ସୁକିନ୍ଦା, ନାଗରିକ ସୁରକ୍ଷା ସୁକିନ୍ଦା, ଭୂମି ମୁକ୍ତି କୃଷକ ମଞ୍ଚ,ବିସ୍ଥାପିତ ଜମିହରା କମିଟି, ଓଡିଶା ମାନବିକ ଅଧିକାର ମଞ୍ଚ,କଳିଙ୍ଗନଗର ଶ୍ରମିକ ସଂଗଠନ, କଳିଙ୍ଗନଗର ଠିକା ଶ୍ରମିକ ସାମୁଖ୍ୟ,ସବୁଜ ସଶ୍ୟ କ୍ଷେତ୍ର ବଞ୍ଚାଅ ଅଭିଯାନ, ଭୀମ ଆର୍ମି, ମୂଳ ନିବାସୀ ୟୁନାଇଟେଡ଼ ଫୋରମ, ଅଲ ଇଣ୍ଡିଆ ହୋ ଲାଙ୍ଗୁଏଜ ଆକ୍ସନ କମିଟି, ଜିନ୍ଦଲ ବିସ୍ଥାପିତ ପରିବାର ଏହିପରି ୧୪ଟି ସଂଗଠନ ସାମିଲ ହୋଇ ନିଜର ହକ ପାଇଁ ଲଢେଇ କରିବାର ହୁଙ୍କାର ଦେଇଥିଲେ । ଏହି ସଭା କୁ ଭଣ୍ଡୁର କରିବା ପାଇଁ ଗୋବରଘାଟି ଠାରେ ବିଜେଡିର ଏକ ସଭା ଆଦିବାସୀମାନଙ୍କର ବିକାଶର ମାଟି ଆମ ଗୋବରଘାଟି ନାମକ ବ୍ୟାନରରେ ସମାନ୍ତରଣ ଭାବେ ହୋଇଥିଲା । ସଭାରେ ବିଦ୍ୟାଧର ଦେହୁରୀ, ନିହାର ରଞ୍ଜନ ସାମଲ, ଚିତ୍ରସେନ ସିଙ୍କୁ ପୂର୍ବତନ ସାଂସଦ ଝାଡାଖଣ୍ଡ,ସୁନି ସିଙ୍କୁ, ମହେନ୍ଦ୍ର ଯାମୁଦା, ଅମର ସିଂ ବାନରା, ଚକ୍ରଧର ଆଲଦା,ଶମ୍ଭୁ ମହାନ୍ତ, ଗୀତାଞ୍ଜଳି ମହାନ୍ତ,ବାବୁଲି ପୂର୍ତୀ, ସୁଧାଂଶୁ ଶେଖର ସାହୁ,ଗିରିଶ ମହାନ୍ତ, ରବୀନ୍ଦ୍ର ଜାରିକା, ବାବୁଲି ହାଇବ୍ରୁ,ବିନୋଦ ହେମ୍ବ୍ରମ, ସିନି ସଏଙ୍କ ସହ ସମସ୍ତ ସଂଗଠନର ଶତାଧିକ ଉପସ୍ଥିତ ଥିଲେ । ଶେଷରେ ଯଦି ଟାଟା କମ୍ପାନୀ ହେଉ କି ଯେଉଁ କମ୍ପାନୀ ହେଉ ବିସ୍ଥାପିତ ଲୋକଙ୍କୁ ହକ ନ ଦିଏ ଆଗକୁ ଆଉ ଏକ ଦ୍ୱିତୀୟ କଳିଙ୍ଗନଗର ଗୁଳିକାଣ୍ଡ ପରି ପରିସ୍ଥିତି ହୋଇପାରେ ଏବଂ ସମସ୍ତେ ଏକ ହୋଇ ଲଢେଇ କରିବାକୁ ଶପଥ ନେଇଥିଲେ ।