ଶୁଣୁନି ପ୍ରଶାସନ : ବେଣାପୁର ଓଭରବ୍ରିଜ କାର୍ଯ୍ୟକ୍ଷମ ଦାବିରେ ଆନେ୍ଦାଳନ ଡାକରା

ଯାଜପୁର: ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ୱେ ପ୍ରଶାସନ କିଛି ଶୁଣୁନି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଧ୍ୟ କୁମ୍ଭନିଦ୍ରାରେ । ନିର୍ମାଣ ଶେଷ ସତ୍ତ୍ୱେ୍ୱ ୨୦ନଂ ଜାତୀୟ ରାଜପଥର ବେଣାପୁର ଓଭରବ୍ରିଜ୍ କାର୍ଯ୍ୟକ୍ଷମ ହେଉନି । ଯାହାଫଳରେ ଉକ୍ତ ସ୍ଥାନରେ ଟ୍ରାଫିକ ସମସ୍ୟା ଜଟିଳ ହେବା ସହ ଦୁଘଟଣାମାନ ଘଟୁଛି । ବ୍ରିଜ ସନ୍ନିକଟ ବାଇପାସ ରାସ୍ତା ଅସଂପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାରୁ ଉଡ଼ୁଥିବା ଧୂଳି କେବଳ ଯାତ୍ରୀଙ୍କୁ ଅସୁବିଧାରେ ପକାଉନି, ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛି । ବେଣାପୁର ଓଭରବ୍ରିଜ କାର୍ଯ୍ୟକ୍ଷମ ଦାବି ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କୋରେଇ ସଂଗ୍ରାମ ସମିତି ଆନେ୍ଦାଳନ ଡାକରା ଦେଇଛି । ନଭେମ୍ବର ୧୮ତାରିଖ କୋରେଇ ବ୍ଲକ ଠାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ଜିଲାପାଳ ପି.ଅନୁଷା ରେଡିଙ୍କୁ ଏନେଇ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ଏଯାବଦ କୌଣସି ପଦକ୍ଷେପ ନିଆଗଲାନି । କୌଣସି ପଦକ୍ଷପ ନିଆଯାଇନଥିବାରୁ ସଂଗ୍ରାମ ସମିତି ଆସନ୍ତା ୫ତାରିଖରେ ଆନେ୍ଦାଳକୁ ଓହ୍ଲାଇବ ବୋଲି ଡାକରା ଦେଇଥିବା ବେଳେ ଏସଂପର୍କରେ ଜିଲାପାଳ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଲିଖିତ ଅବଗତ କରିଛି । ବେଣାପୁର ଛକ ଠାରେ ରାସ୍ତାରୋକେ ଆନେ୍ଦାଳନ କରାଯିବ ବୋଲି ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତି ଓ ସାଧାରଣ ସମ୍ପାଦକ ଅଭିମନୁ୍ୟ ମିଶ୍ର ଜଣାଇଛନ୍ତି । ପାଣିକୋଇଲି-ରାଜାମୁଣ୍ଡା  ୨୦ନଂ ଜାତୀୟ ରାଜପଥ ବେଣାପୁର ସ୍ଥିତ ନିର୍ମାଣଧୀନ ଓଭରବ୍ରିଜ ତଳରାସ୍ତା ମରଣଯନ୍ତାରେ ପରିଣତ ହୋଇଛି । ଦୈନିକ ସହ ସହ ଭାରୀଯାନ ଏହି ରାସ୍ତାରେ ଭିଡହେଉଥିବାରୁ ସ୍ଥାନୀୟ ଜନସାଧାରଣା ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟିହେଉଛି । ଏହାର ପ୍ରତିକାର ଓ ତୁରନ୍ତ ଓଭରବ୍ରିଜ ଚାଲୁ କରିବା ଦାବି କରିଛି ସଂଗ୍ରାମ ସମିତି । ତେବେ ବେଣାପୁର ଓଭରବ୍ରିଜ୍ କାର୍ଯ୍ୟକ୍ଷମ ବିଳମ୍ବ ପଛରେ ଉପରେ ଯାଇଥିବା ହାଇଭୋଲଟେଜ ବିଦୁ୍ୟତ ତାର କାରଣ ରହିଛି । ଓଭରବ୍ରିଜ ନିର୍ମାଣ ସରିଛି ସତ ହେଲେ ଉପରେ ରାସ୍ତାପାରି ହୋଇଥିବା ବିଦୁ୍ୟତ ତାର ହଟାଯାଇନଥିବାରୁ ଗାଡ଼ି ଚଳାଚଳ ସମ୍ଭବପର ନୁହେଁ । କାହିଁକି ନାଁ ବିଦୁ୍ୟତ ତାର ଯାଇଥିବା ଉଚତା ବି୍ରିଜଠାରୁ ମାତ୍ର କେଇମିଟର ଦୂରରେ ରହିଛି । ଓଭରବ୍ରିଜ୍ ଉପରେ ଗାଡ଼ିଚଳାଚଳ ହେଲେ ମହା ବିପଦକୁ ଡ଼ାକିବା ସହ ସମାନ ହେବ ।