ମତ୍ସ୍ୟ ଓ ପ୍ରାଣୀମ୍ପଦ ବିକାଶ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ

ମତ୍ସ୍ୟ ଓ ପ୍ରାଣୀମ୍ପଦ ବିକାଶ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ

 
ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀମ୍ପଦ ବିକାଶ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଲୋକଙ୍କ ଆସ୍ଥାଭାଜନ ହୋଇ ଓ ସ୍ୱଚ୍ଛତା ଅବଲମ୍ବନପୂର୍ବକ ବିଭାଗର ଅଧିକାରୀମାନେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶୀ୍ର ଗୋକୁଳାନନ୍ଦ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରାଜ୍ୟର ·ଷୀମାନଙ୍କ ଜୀବିକା ନିର୍ଦ୍ଧାରଣ ଓ ଆୟବୃଦ୍ଧି ଦିଗରେ ଏହି ବିଭାଗର ବିଶେଷ ଗୁରୁତ୍ୱ ଥିବାରୁ ସରକାରୀ ଯୋଜନାଗୁଡ଼ିକୁ ଲୋକାଭିମୁଖୀ କରିବା ଦିଗରେ ଅଧିକାରୀ ତଥା କ୍ଷେତ୍ର କର୍ମ·ରୀବୃନ୍ଦ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ଆବଶ୍ୟକ । ସେ କହିଛନ୍ତି ଯେ, ରାଜ୍ୟର ମତ୍ସ୍ୟ·ଷୀ, ମତ୍ସ୍ୟଜୀବୀ ଓ ପ୍ରାଣୀପାଳକମାନଙ୍କ ଆୟବୃଦ୍ଧି ପାଇଁ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବାୟୋଫ୍ଲକ୍, କେଜ୍ କଲଚର ମାଛ·ଷ, କୁକୁଡ଼ା ପାଳନ, ଗୋପାଳନ ଓ ଦୁଟ ଉତ୍ପାଦନ, ଛେଳି ଓ ଘୁଷୁରୀ ପାଳନ ଓ ଘାସ·ଷ ପରି ଯୋଜନାଗୁଡ଼ିକରେ ଉଚିତ ପରିମାଣର ରିହାତି ଦେଇ ·ଷୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ହେବ । ମନ୍ତ୍ରୀ ପୁଣି କହିଛନ୍ତି ଯେ ପ୍ରତି ବ୍ଲକରେ ପ୍ରାଣୀରୋଗ ପରୀକ୍ଷାଗାର ପ୍ରତିଷ୍ଠା କରାଯିବା ସହିତ ବୁଲା ଅସହାୟ ପ୍ରାଣୀମାନଙ୍କ ପାଇଁ ଜରୁରୀକାଳୀନ ଚକିିତ୍ସା ସେବା ଯୋଗାଣ, ଅଧିକ ସଂଖ୍ୟକ ଗୋଶାଳା ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହେବ । ପ୍ରାଣୀମାନଙ୍କ ଟିକାକରଣ କାର୍ଯ୍ୟକ୍ରମ, କୃତ୍ରିମ ପ୍ରଜନନ, ମଧୁର ଓ କ୍ଷାରଜଳ ମାଛ·ଷ ଇତ୍ୟାଦିରେ କିପରି ·ଷୀମାନେ ଅଧିକ ଲାଭପ୍ରଦ ହେବେ ସେ ବିଷୟରେ ଧ୍ୟାନ ଦେବାକୁ ହେବ । ପ୍ରମୁଖ ଶାସନ ସଚିବ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ମତ୍ସ୍ୟ ନିଦେ୍ର୍ଦଶକ ସାଦ୍ଦିକ୍ ଆଲାମ୍, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିଦେ୍ର୍ଦଶକ ରାମାଶିଷ ହାଜରା, ଓମ୍ଫେଡର ପରି·ଳନା ନିଦେ୍ର୍ଦଶକ ବିଜୟ ଅମୃତା କୁଲାଙ୍ଗେ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ ।