ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

 ପୁରୀ:  ସମଗ୍ର ଶିକ୍ଷା ପକ୍ଷରୁ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ୨୦୨୪ ପାଳିତ ହୋଇଛି । ଏଲ୍ଆଇସି କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ସ୍କୁଲରେ ଅନୁଷ୍ଠିତ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଡ. ରାଧେଶ୍ୟାମ ରଥ ଯୋଗଦାନ କରିଥିଲେ । ସମ୍ମାନିତଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସାମର୍ଥା, ଶିଶୁ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ ଓ ମାନବାଧିକାର ସଂଯୋଜିକା ପ୍ରାନ୍ତଶିନୀ ଜେନା ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ରଥ ଶିଶୁ ଅଧିକାର ଆଇନ ଉପରେ ଆଲୋଚନା କରିଥିଲେ । ଶିଶୁ କନ୍ୟା ସମାଜରେ କେତେ ଅସୁରକ୍ଷିତ ତାହା ସମସ୍ତେ ଜାଣନ୍ତି । ମାତ୍ର ଶିଶୁମାନଙ୍କ ପାଇଁ ଆଇନରେ ରହିଥିବା ଦଣ୍ଡଗି ପ୍ରତି ସାଧାରଣ ଜନତା ଅବଗତ ହେଲେ ଶିଶୁମାନେ ସମାଜରେ ସୁରକ୍ଷିତ ଭାବେ ରହିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶିଶୁଟିଏ ଭବିଷ୍ୟତରେ ସୁନାଗରିକ ହେବା ପାଇଁ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବାଳିକା ଶିକ୍ଷା ସଂଯୋଜକ କମଳାକାନ୍ତ ରଥ । ଶିଶୁକନ୍ୟା ଦିବସ ଉପଲକ୍ଷେ ଚିତ୍ରାଙ୍କନ, ସ୍ଲୋଗାନ ଓ କୌତୁକପୋଷାକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ମମତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।