ଛାତ୍ରଛାତ୍ରୀଙ୍କ ଆଖି ପରୀକ୍ଷା
କେନ୍ଦ୍ରାପଡା: ଜିଲ୍ଲା ସ୍ୱାସ୍ଥ୍ୟ ଚକ୍ଷୁ ବିଭାଗ ପକ୍ଷରୁ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ଛାତ୍ରଛାତ୍ରୀଙ୍କ ଆଖି ପରୀକ୍ଷା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ପ୍ରମୋଦ ପ୍ରହରାଜଙ୍କ ସମେତ ଡ. ସଚ୍ଚିଦାନନ୍ଦ ମିଶ୍ର, ଡ. ନୃପେନ ଶତପଥୀ, ଡ. ଅଜୟ ସାହୁ, ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ପ୍ରଦିପ ନାଗଙ୍କ ସମେତ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବ୍ଲକ୍ସ୍ତରରେ ଚକ୍ଷୁ ଚିକିସôା ଶିବିର କରାଇ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଇବା, ଛାତ୍ରଛାତ୍ରୀଙ୍କୁ ମାଗଣା ଚଷମା ବଣ୍ଟା ଯାଇଥିଲା । ଏହି ଶିବିରଟି ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ଫ୍ରେବୃଆରୀ ମାସ ୨୦୨୫ ଶେଷ ପର୍ଯ୍ୟନ୍ତ ସମାପ୍ତ ହେବ ।