ବିଶ୍ୱ ଶୌଚାଳୟ ଦିବସ ପାଇଁ ବୈଠକ
ଜଗତସିଂହପୁର: ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ଜଳ ଓ ପରିମଳ ମିଶନ ପ୍ରଥମ କାର୍ଯ୍ୟନିର୍ବାହୀ କମିଟି ବୈଠକ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗ ଶୌଚାଳୟ ଅଭିଯାନ ୧୯ ତାରିଖରୁ ଆରମ୍ଭ ହୋଇ ୧୦.୧୨.୨୪ ପର୍ଯ୍ୟନ୍ତ ଚାଲିବ । "ଆମର ଶୌଚାଳୟ ଆମର ସମ୍ମାନ’ ଥିମ୍ରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଜେ ସୋନାଲ ସ୍ୱଚ୍ଛତା ଏବଂ ଶୌଚାଳୟ ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ନିଜର ସଚେତନତା ଓ ବ୍ୟବହାର ରେ ପରିବର୍ତ୍ତନ ଦ୍ୱାରା ସମ୍ଭବ ବୋଲି କହିଥିଲେ ।
ତୃଣମୂଳ ସ୍ତରରେ ଏହି ଅଭିଯାନକୁ ସଫଳ କରିବା ପାଇଁ ପି ଆର୍ଆଇ ମେମ୍ବର, ଏସ୍ଏଚ୍ଜିଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ପରିମଳ ବ୍ୟବସ୍ଥା ଉପରେ ଅଧିକ ଫୋକସ୍ କରୁଛନ୍ତି ଏବଂ ପ୍ରୋସôାହନ ଦେଉଛନ୍ତି । ଉନ୍ନତ ସ୍ୱାସ୍ଥ୍ୟ ପାଇଁ ପରିମଳ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ । ଶୌଚାଳୟ ସବୁ ଜାଗାରେ ରହିଛି କିନ୍ତୁ ଏହାର ଉପଯୋଗ ହେବା ଦରକାର । କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ହେବା ଆବଶ୍ୟକ । ପରିମଳ ସୁସ୍ଥ ରଖିବାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିଥିଲେ ଜିଲ୍ଲାପାଳ । ନିର୍ବାହୀ ଅଧିକାରୀ ରବିନାରାଣ ଜେଠୀ ବିଶ୍ୱ ଶୌଚାଳୟ ଦିବସ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଆଇଏଚ୍ଏଚ୍ଏଲ ହିତାଧୀକାରୀଙ୍କୁ ପ୍ରମାଣପତ୍ର ଦେଇଥିଲେ ।