ଦୁଇ ଚୋରକୁ ଧରି ଛେଚିଲେ, ଥାନାରେ ଜିମା ଦେଲେ

 ବୈଶିଙ୍ଗା: ବୈଶିଙ୍ଗା ଗ୍ରାମପଞ୍ଚାୟତ ମହୁରୀ ଉପକଣ୍ଠ ଡାହିବାଡି ସାପ୍ତାହିକ ହାଟରୁ ଦୁଇ ଚୋରକୁ ଧରି ନିର୍ଦ୍ଧୁମ ଛେଚି ବୈଶିଙ୍ଗା ଥାନାରେ ଜିମା ଦେଲେ ସ୍ଥାନୀୟ ବାସିନ୍ଦା  । ବୁଧବାର ସନ୍ଧ୍ୟା ସମୟରେ ହାଟ ଭିଡ ରହୁଥିବାରୁ ଏହାର ସୁଯୋଗ ନେଇ ଦୁଇ ଚୋର ଜଣେ ବ୍ୟବସାୟୀଙ୍କ ଠାରୁ ମୋବାଇଲ ଓ ଲଢେଇ କୁକୁଡ଼ା ଚୋରି କରି ନେଇଯାଉଥିବାର ଦେଖି ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାହକ ଧରି ଦୁଇ ଜଣଙ୍କୁ ନିର୍ଦ୍ଧୁମ ଛେଚି ବୈଶିଙ୍ଗା ଥାନାରେ ଜିମା ଦେଇଥିବାର ଜଣାଯାଇଛି  । ଉକ୍ତ ଦୁଇ ଚୋର ହେଲେ ରେମୁଣା ଥାନା ଅଧୀନ ବଡପାଳ ଗ୍ରାମର ରାଜେନ୍ଦ୍ର ସାନ୍ତରା ଏବଂ ଗଣେଶ୍ୱର ସାହୁ ବୋଲି ଜଣାପଡ଼ିଛି ।