‘ମାଇଁ ଭାରତ’ ପ୍ଲାଟଫର୍ମରେ ବିକଶିତ ଭାରତ ଚ୍ୟାଲେଞ୍ଜ ଆରମ୍ଭ : ମନସୁଖ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଜାତୀୟ ଯୁବ ମହୋସôବ (ଏନୱାଇଏଫ) ୨୦୨୫ର ଏକ ରୂପାନ୍ତରିତ ପୁନଃକଳ୍ପନା ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସମର୍ଥନ କରି ଏହି ପୁନଃପରିକଳ୍ପିତ ମହୋସôବକୁ "ବିକଶିତ ଭାରତ ଯୁବ ନେତା ବିତର୍କ’ ନାମ ଦିଆଯାଇଛି  । ଏହି ପ୍ରଭାବଶାଳୀ ମଞ୍ଚ ଯୁବ ଭାରତୀୟମାନଙ୍କୁ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କର ବିଚାର ଏବଂ ଦୃଷ୍ଟିକୋଣକୁ ଯୋଗଦାନ କରିବାକୁ ସଶକ୍ତ କରିବ  । ବିକଶିତ ଭାରତ ଯୁବ ନେତା ବିତର୍କର ମୁଖ୍ୟ ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ ଏହି ଉସôବର ଉଦେ୍ଦଶ୍ୟ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ପ୍ରୋସôାହିତ କରିବା ତଥା ସେମାନଙ୍କୁ ବିକଶିତ ଭାରତ ପାଇଁ ସେମାନଙ୍କର ବିଚାର ବ୍ୟକ୍ତ କରିବା ନିମନ୍ତେ ଏକ ମଞ୍ଚ ପ୍ରଦାନ କରିବା  । ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଏବଂ ଭାରତର ଭବିଷ୍ୟତ ପାଇଁ ସେମାନଙ୍କ ବିଚାର ଉପସ୍ଥାପନ କରିବାର ସୁଯୋଗ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ, ଯାହା ଦ୍ୱାରା ରାଜନୀତି ଏବଂ ନାଗରିକ ଜୀବନରେ ଯୁବପିଢିଙ୍କ ସଂପୃକ୍ତି ବୃଦ୍ଧି ପାଇବ