ତମାଖୁ ବର୍ଜନ ପାଇଁ ଶପଥ ପାଠ

କେନ୍ଦ୍ରାପଡା: ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ କୁ ସମଗ୍ର ଜିଲ୍ଲାରେ ତମାଖୁ ବର୍ଜନ କରିବା ପାଇଁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଶପଥ ପାଠ କରାଇବା ସହ ଜିଲ୍ଲାରେ ଏହାକୁ ବ୍ୟାପକ ଭାବରେ ପ୍ରସାର କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟ, ଶିକ୍ଷା, ମିଶନଶକ୍ତି ଓ ଜୀବିକା ମିଶନଶକ୍ତି ୪ଟି ବିଭାଗ ସହାୟତାରେ ଏକ ସଭାର ଆୟୋଜନ କରି ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଥିବା ସମସ୍ତ ସ୍କୁଲ, କଲେଜ ନିକଟରୁ ତମାଖୁ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ୍ ଓ ପୌରାଞ୍ଚଳରେ ଚଢାଉ କରି କୋଟପା ଆଇନ-୨୦୦୩ କୁ ଉଲଙ୍ଘନ କରୁଥିବା ଦୋକାନୀଙ୍କ ଉପରେ ଜରିମାନା ଆଦାୟ କରିବା, ଏସ୍ଏଚ୍ଜି ଗୋଷ୍ଠୀ ଓ ଗାଁ କଲ୍ୟାଣ ସମିତି ମାଧ୍ୟମରେ ତମାଖୁ ସେବନର ଅପକାରିତା ଉପରେ ସଚେତନତା ସଭା କରାଇବା, ଜିଲ୍ଲାରେ ଥିବା ସମସ୍ତ ସ୍କୁଲକୁ ତମାଖୁ ମୁକ୍ତ କରେଇବା ଏବଂ ସ୍କୁଲ ପରିସରରୁ ୧୦୦ ଗଜ ଭିତରେ ଥିବା ତମାଖୁ ବିକ୍ରି କରୁଥିବା ଦୋକାନକୁ ଉଚ୍ଛେଦ କରି ଜରିମାନା କରିବା । ସଭାରେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡ. ପ୍ରମୋଦ ପ୍ରହରାଜଙ୍କ ସମେତ ଡ. ସଚ୍ଚିଦାନନ୍ଦ ମିଶ୍ର, ଡ. ନୃପେନ ଶତପଥୀ, ଅବକାରୀ ଅଧ୍ୟକ୍ଷ ବିପ୍ର ମଣ୍ଡଳ, ଡିଏସପି, ଡିପିଏମ୍ ଗୀତାଞ୍ଜଳୀ ଦାଶଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦିପ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।