କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ନିଖିଳ ଉକôଳ ଗୃହରକ୍ଷୀ ମହାସଂଘ
ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୁଧବାର ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ନିଖିଳ ଉକôଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ନିଖିଳ ଉକôଳ ଗୃହରକ୍ଷୀ ମହାସଂଘ ରାଜ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ, ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ, ଅନୁଗୁଳ ଜିଲ୍ଲା ସଭାପତି ମାମି ବେହେରା, ଗୁରୁଚରଣ ସାହୁ, ଅଜୟ କୁମାର ବେହେରା, ନିରଞ୍ଜନ ମଟାରି, ଏମଡି ଅନୁଆର ହୁସେନ, ସଲିମ୍ ଲସ୍କର, ରାଜ୍ୟ ଉପ କୋଷାଧ୍ୟକ୍ଷ ଇ- ନରେଶ ଡୋରା, ରାମଚନ୍ଦ୍ର ସାହୁ ଓ ରମାକାନ୍ତ ବେହେରା ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଗୃହରକ୍ଷୀଙ୍କ ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଗୃହରକ୍ଷୀଙ୍କ ରାଜ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ ।