ବର୍ଷିୟାନ ମୁରବୀଙ୍କ ଦେହାନ୍ତ 

 ରାଜନଗର: ରାଜନଗର ବ୍ଲକ ଓସ୍ତିଆ ପଚାଂୟତ ବନ୍ଧପାଟଣା ଗ୍ରାମର ବର୍ଷିୟାନ ମୁରବୀ ବନ୍ଧୁ ସେଠୀଙ୍କର (୯୫) ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଜଣେ ମେଳାପୀ, ବନ୍ଧୁବସôଳ, ଧର୍ମପରାୟଣ ବ୍ୟକ୍ତି ଭାବେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ସରପଞ୍ଚ ବୈ÷ଦେହୀ ଦାସ, ନାଏବ ସରପଞ୍ଚ ସର୍ବେଶ୍ୱର ବଳ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ରବିନ୍ଦ୍ର ସେଠୀ, ଶିକ୍ଷାବିତ୍ ବାଇଧର ସ୍ୱାଇଁ, ଭାଗବତ ପ୍ରଧାନ, ସୁବାଷଚନ୍ଦ୍ର ଖିଲାର, ଧନେଶ୍ୱର ରାଉତ, ଭରତଚନ୍ଦ୍ର ସେଠୀ ଓ ଓସ୍ତିଆ-ବନ୍ଧପାଟଣା ନୋଡାଲ ଉ.ପ୍ରା ବିଦ୍ୟାଳୟର ସମସ୍ତ  ଶିକ୍ଷକ, ଶିକ୍ଷୟିତ୍ରୀ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଗାଁ ମଶାଣୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ବଡପୁଅ ପ୍ରଫୁଲ୍ଲ ମୁଖାଗ୍ନି ଦେଇଥିଲେ ।