ଖୁବଶୀଘ୍ର ବିଭାଗ ବଣ୍ଟନ : ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ବିଭାଗ ବଣ୍ଟନ : ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରାଯିବ  । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି  । ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ଓ ୨ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଥିଲେ  ।  ଶପଥ ନେବାର ଦୁଇ ଦିନ ବିତି ଯାଇଥିଲେବି ଏଯାଏଁ ମନ୍ତ୍ରୀମାନଙ୍କୁ ବିଭାଗ ମିଳିନାହିଁ  । ଯାହାକୁ ନେଇ ରାଜନୀତିକ ମହଲ ଓ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ହେଉଛି  । ଏନେଇ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଖୁବଶୀଘ୍ର ସରକାର ଏନେଇ ନିଷ୍ପତ୍ତି ନେବେ  । ଏନେଇ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ସେ କହିଥିଲେ  । ଫଳରେ ଦିନେ ଦୁଇଦିନ ଭିତରେ ମନ୍ତ୍ରୀମାନଙ୍କୁ ବିଭାଗ ମିଳିଯିବ ବୋଲି ଆଶା କରାଯାଉଛି  ।