‘ରାମ୍କୋ’ର ବର୍ଜ୍ୟଜଳ ପାଇଁ ଆଉଟୁ ପାଉଟୁ ଶ୍ରୀବନ୍ତପୁର ଗ୍ରାମବାସୀ
ାା ପ୍ରଭାନୁ୍ୟଜ ।ା ଯାଜପୁର: ବିକଶିତ ଧର୍ମଶାଳା । କିନ୍ତୁ ବିକଶିତ ଧର୍ମଶାଳା ଦୁର୍ନୀତିରେ ଉବୁଡ଼ୁବୁ ବୋଲି ଡ଼ିବିଡ଼ିବି ବାଜୁଛି । ହେଲେ ବିକଶିତ ଧର୍ମଶାଳାରେ ପାଣି ସମସ୍ୟା ଜଟିଳ ଏକଥାକୁ କେହି ବିଶ୍ୱାସ କରିବେନି । ହେଲେ ଆମକୁ ମିଳିଥିବା ଅଭିଯୋଗ ଏହା କହୁଛି । ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଶ୍ରୀବନ୍ତପୁର ଗ୍ରାମରେ ପାନୀୟଜଳର କୌଣସି ସୁବନେ୍ଦାବସ୍ତ ହୋଇପାରିନି । ଗାଁରେ ବସବାସ କରୁଥିବା ଶହେ ପରିବାରକୁ ପାଇପରେ ପାଣି ଯୋଗାଇ ଦେବାକୁ ପରିକଳ୍ପନା କରାଯାଇଥିଲେ ହେଁ ତାହା କେବଳ ପାଇପ୍ ବିଛାରେ ଅଟକିଛି । ଆଉ ରାମକୋ ଭଳି ସିମେଣ୍ଟ କାରଖାନା ପାଚେରୀ କଡ଼ର ଏହି ଗାଁର ଲୋକେ ଗୋଟିଏ କୂପ ଉପରେ ଭରସା କରି ଚଳୁୁଛନ୍ତି । କିନ୍ତୁ ଯେଉଁ କୂପ ଜଳ ଉପରେ ଲୋକେ ଭରସା କରି ଚଳୁଛନ୍ତି, ତାହା ଆଜି ରାମକୋ କାରଖାନାର ବର୍ଯ୍ୟଜଳ ପାଇଁ ପ୍ରଦୂଷିତ ହୋଇପଡ଼ିଛି । କେବଳ କୂପ ନୁହଁ ଗାଁରେ ଥିବା ୩ଟି ପୋଖରି ମଧ୍ୟରୁ ଦୁଇଟି ପ୍ରଦୂଷିତ ହୋଇପଡ଼ିଛି । ଯେଉଁ କାରଣରୁ ଲୋକେ କୂପ ପାଣିକୁ ଫୁଟÿାଇ ବ୍ୟବହାର କରୁଛନ୍ତି ବୋଲି କୁହନ୍ତି ସୁରେଶ ଶ୍ରୀବାସ୍ତବ । ତାଙ୍କ ଅଭିଯୋଗ ମତେ ଗାଁରେ ଥିବା ଦୁଇଶହ ବର୍ଷର ଚଉକା, ପୋଖରୀ ପାଣି ରାମକୋ ଛାଡ଼ୁଥିବା କେମିକାଲ ମିଶା ପାଣି ପାଇଁ ପ୍ରଦୂଷିତ ହୋଇପଡ଼ିଛି । ପୋଖରିରେ ଗାଧେଇଲେ ଚର୍ମ ରୋଗ ହେଉଛି । କୂପ ପାଣି ଖାଲିରେ ପାଟିରେ ପରେଇ ହେଉନି । ପାନୀୟ ଜଳର କୈାଣସି ବ୍ୟବସ୍ଥା ନଥିବାରୁ ଗାଁ ଲୋକେ କୂପ ପାଣିକୁ ନେଇ ଫୁଟାଇ କାରବାର କରୁଛନ୍ତି । ଗାଁକୁ ଲାଗି ଥିବା ରାମକୋ ସିମେଣ୍ଟ ଗାଁର ବିକାଶ କରିବା ବଦଳରେ ବିନାଶ କରୁଛି । ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିବା ରାମକୋ ଶ୍ରୀବନ୍ତପୁର ଗ୍ରାମବାସୀଙ୍କ ପାଇଁ ଦୁଃଖ ପାଲଟିଛି ବୋଲି ହୁଏ ଅଭିଯୋଗ । ସିମେଣ୍ଟ କାରଖାନା ପ୍ରଦୂଷଣ କାରଖାନା ହୋଇଥିବା ବେଳେ ରାମକୋ ଗ୍ରିଡ଼ିଙ୍ଗ ପାଇଁ ଆବଶ୍ୟକ ଜଳ ପ୍ରତ୍ୟକ ଦିନ ୧୦୦୦୦ ଲିଟିର ସଗଡ଼ିଆ ନାଳରୁ ଆଣିବା କଥା । କିନ୍ତୁ ରାମକୋ ୫ରୁ ଅଧିକ ବୋରୱେଲ କରି ଭୂତଳ ଜଳ ଶୋଶୁଛି । ସଗଡ଼ିଆ ନାଳରେ ପାଣି ଆସୁନଥିବା ବେଳେ ରାମକୋ ତାର ବର୍ଯ୍ୟଜଳକୁ ନାଳରେ ଛାଡ଼ି ଗାଁ ଲୋକଙ୍କ ପାଇଁ କାଳ ସାଜୁଛି । ନିୟମ ଅନୁଯାୟୀ ରାମକୋ ବ୍ୟବହାର ହେଉଥିବା ଜଳକୁ ମ୍ୟାନେଜମେଣ୍ଟ ପ୍ରୋସେସ ଅନୁଯାୟୀ ଏସଟିପି ପ୍ଲାଣ୍ଟ ଦ୍ୱାରା ଉକ୍ତ ଜଳକୁ ରିସାଇକ୍ଲିଂ କରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା କଥା । କିନ୍ତୁ ଉକ୍ତ କାରଖାନା ଏହା ନକରି ସିଧା ସେହି ଦୂଷିତ ଜଳକୁ ବାହାରକୁ ନିଷ୍କାସିତ କରୁଛନ୍ତି । ଯାହା ରାମକୋ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଜଳକୁ ଦୂଷିତ କରୁଛି । ନିୟମକୁ ଫୁ କରି ପ୍ରତ୍ୟହ ରାମକୋ ମନଇଛା ପାଖାପାଖି ୭୦୦ଟନ ସିମେଣ୍ଟ ପାଇଁ ୧ଲକ୍ଷ ଲିଟରରୁ ଊଦ୍ଧ୍ୱର୍ ଭୁତଳ ଜଳ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଯେଉଁ ଭଳି ଭାବରେ ରାମକୋ ଭୁତଳ ଜଳ ସଂଗ୍ରହ କରୁଛି ତଥା ଦୂଷିତ ଜଳକୁ ଜନବସତି ଆଡେ ନିଷ୍କାସିତ କରୁଛି, ଏହା ଜାରି ରହିଲେ କିଛି ବର୍ଷ ପରେ ରାମକୋର ୫-୭ କିମି ରେଡ଼ିୟସରେ ରହୁଥିବା ଲୋକଙ୍କର ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପ୍ରତି ଜିଲା ପ୍ରଶାସନ, ପ୍ରଦୂଷଣ ବିଭାଗ ଏବଂ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।