କେନାଲରେ ନାହିଁ ପାଣି, ଜଳିଗଲାଣି ତଳି


ପଟ୍ଟାମୁଣ୍ଡାଇରୁ କୁମାରେଶ ନାୟକ
ଶ୍ରାବଣ ମାସ ଆରମ୍ଭ ହୋଇଛି ।  ଏପର୍ଯ୍ୟନ୍ତ ତଳି ପଡିପାଲିଲା ନାହିଁ । ଯେଉଁ ତଳି ପଡିଥିଲା ତାହା ମରିବାକୁ ବସିଲାଣି । ଆକାଶରେ ମେଘ ଢାଙ୍କି ରହିଥିଲେ ବି ଅସଡାଏ ବର୍ଷା ହେଉ ନାହିଁ । କେନାଲରେ ପାଣି ଆସୁନି । ଲୋକେ ପାଣିପମ୍ପ ପକାଇ ତଳି ବଞ୍ଚାଇବାକୁ ପ୍ରୟାସ ଚଳାଇଛନ୍ତି । ଅନ୍ୟପଟେ ଶହଶହ ସଂଖ୍ୟରେ ବୁଲା ଷଣ୍ଡ ରାତିରେ ତଳିକୁ ଖାଇ ନଷ୍ଟ କରୁଛନ୍ତି । ଫଳରେ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି । ଏହି ଘଟଣା ପ୍ରତି କେହି ଦଷ୍ଟି ଦେଉ ନାହାନ୍ତି । ଶ୍ରାବଣ ମାସରେ ରୁଉପଡା ହେବା କଥା । ତଳି ହୋଇପାରିଲା ନାହିଁ । ଏବର୍ଷ କିପରି ଚାଷ କାମ ହେବ ସେଥିନେଇ ଅନିଶ୍ଚିତତା ଦୋ ଦେଇଛି । କେନ୍ଦ୍ରପଡା ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡାରେ ମରୁଡିର ପଦଧ୍ୱନି ଦେଇଛି ।  ବର୍ଷା ହେଉନାହଁ ।  କେନାଲ ପାଣି ବି ଆସିଲା ନାହିଁ । ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମରୁଡି ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।  ବର୍ଷା କିମ୍ବା କେନାଲ ପାଣିକୁ ଚାହିଁ ବସିଛି ଚାଷୀ । ତଳିକୁ ବଞ୍ଚାଇବା ପାଇଁ ଏବେ ଭରସା କରିଛି ପାଣି ପମ୍ପକୁ ।  ତାହା ପର୍ଯ୍ୟାପ୍ତ ହେଉ ନଥିବାରୁ ପରିସ୍ଥିତି ଉଦବେଗଜନକ ହୋଇ ପଡିଛି ।  ଯଦି କେନାଲ ପାଣି ନଆସେ ଚଳିତ ବର୍ଷ ଚାଷ କାମ ହୋଇ ପାରିବ ନାହିଁ । ବର୍ଷା ଅଭାବ ଯୋଗୁ ଚାଷକାମ ବନ୍ଦ ହେବା ଆଶଙ୍କା ଉପୁଜିଛି ।   ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ୧୬ କେନାଲ ସିଷ୍ଟମରେ ଜଳ ଯୋଗାଣ ହୋଇଥାଏ । ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ସୁଖିଲା ପଡିଛି । ମୁଖ୍ୟ କେନାଲ ପାଣିନଆସିବା ଯୋଗୁ ଏହାର  ଶାଖା କେନାଲ ଗୁଡିକ ଉପରେ ନିର୍ଭରକରୁଥିବା ଚାଷୀ ମାନଙ୍କ ମଧ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି  । ଚାଷ କାର୍ଯ୍ୟ କରିନପାରି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି  । ବର୍ଷା ନାହିଁ କି କେନାଲରେ ପାଣି ନାହିଁ ଏଭଳି ଅଦ୍ଭୁତ ସ୍ଥିତିରେ ପଟ୍ଟାମୁଣ୍ଡାଇରେ ଗଜା ମରୁଡିର ପଦଧ୍ୱନି ଦେଖିବାକୁ ମିଳୁଛି  । ଜମି ହଳ ହେବା ପରେ ବିହନ ବୁଣା ଓ ତଳି ପଡିପାରୁନାହିଁ  । ବର୍ଷା ଓ କେନାଲ ପାଣି ଅଭାବରୁ  କିଛି ଚାଷୀ ଗତ ଜୁନ ମାସରେ ପକାଇଥିବା ତଳି ପ୍ରଚଣ୍ଡ ଖରାରେ ଜଳି ନଷ୍ଟ ଯାଇଛି ।  କୃଷିକୁ ବେଉସା କରିଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି  । ଏଭଳି ଭୟଙ୍କର ପରିସ୍ଥିତିରେ ମରୁଡି ଆଶଙ୍କା ବୃଦ୍ଧି ପାଇବା ସାଙ୍ଗକୁ ପଟ୍ଟାମୁଣ୍ଡାଇର ଭାତ ହାଣ୍ଡି ଉଜୁଡି ଯିବାକୁ ବସିଛି  । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ହଜାର ହଜାର ଏକର ଚାଷ ଜମି  ଜଳସେଚନ ପାଇଁ ମୁଖ୍ୟତଃ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି । ଚଳିତବର୍ଷ ପରିସ୍ଥିତି ଅଧିକ ଜଟିଳହେଉଥିବାରୁ  ପଟ୍ଟାମୁଣ୍ଡାଇର ଭାତ ହାଣ୍ଡି କୁହାଯାଉଥିବା ଉତିକଣ ଅଂଚଳରେ ଧାନ ଚାଷ ବନ୍ଦ ହେବ ।  କୃଷି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ପଟ୍ଟାମୁଣ୍ଡାଇ ବ୍ଲକର ୧୧,୦୪୯ ହେକ୍ଟର ଜମି ରେଧାନଚାଷ ପ୍ରଭାବିତହେବ । ଜଳସେଚନପାଇଁ କେନାଲ ଜଳ  ଉପରେ ନିର୍ଭର କରେ  । ପଟ୍ଟାମୁଣ୍ଡାଇ କେନାଲ ସହ ସଂଯୁକ୍ତ ହୋଇଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ୨ନଂ କେନାଲ ୧୬ନଂ କେନାଲ କୋରିଆପଲ୍ଲା ମାଇନର, ୧୪ନଂ କେନାଲ, ୧୫ନଂ କେନାଲ ଓ ତାତନା ମାଇନର କେନାଲ ପ୍ରଭୃତି ଚାଷୀଙ୍କ ଅବସ୍ଥା ଉଦବେଗ ଜନକ ହୋଇପଡିଛି ।