ନଦୀରେ ପଡ଼ି ବୃଦ୍ଧ ମୃତ
ବାଲେଶ୍ୱର : ରେମୁଣା ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ତାଳମେଡି ଗ୍ରାମର ବୃଦ୍ଧ କାଶୀନାଥ ସାମଲ(୬୨) ବୁଢାବଳଙ୍ଗ ନଦୀରେ ପଡ଼ି ମୃତୁ୍ୟ ହୋଇଛି । ପାଳରୁ କାମ ସାରି ବୃଦ୍ଧ କାଶୀନାଥ ଗୋରୁ ପାଇଁ ଘାସ ନେଇ ବୁଢ଼ାବଳଙ୍ଗ ନଦୀ ପାରି ହେଉଥିବା ବେଳେ ନଦୀରେ ପଡ଼ି ଗୁରୁତର ହୋଇଥିଲେ । ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ରେମୁଣା ଥାନାରେ ଏକ ମାମଲା ରୁଜୁ ହୋଇ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି ।