ନିର୍ବାଚନ ନେଇ ଜିଲା ପ୍ରଶାସନର ବୈଠକ


ଯାଜପୁର : ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ସହ ସାଧାରଣ ନିର୍ବାଚନ୨୦୨୪ ନିମନ୍ତେ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ବୈଠକ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ରାମ ମୀନା, ଡ.କରୁଣା କୁମାରୀ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏଭିଟି. ଭାରଥି ଧଶନ, ଅମିତ ପ୍ରତାପ ସିଂ, ଅଭିଷେକ କୁମାର, ଜିଲାପାଳ ତଥା ନିଖିଲ ପବନ କଲ୍ୟାଣ, ଏସପି ଭିନୀତ ଅଗ୍ରୱାଲଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ରିଟର୍ଣ୍ଣିଂ ଅଫିସର ଓ ସହକାରୀ ରିଟର୍ଣ୍ଣିଂ ଅଫିସ ଉପସ୍ଥିତ ରହିଥିଲେ । ନିର୍ବାଚନ ଆଦର୍ଶ ଆଚରଣବିଧି ଅନୁଯାୟୀ ଯାଜପୁର ଜିଲାରେ ଶାନ୍ତି ଶୃଙ୍ଖଳାର ସହ ସଫଳ ଭାବେ ନିର୍ବାଚନ ସମାପନ କରିବାକୁ ସମସ୍ତ ରାଜନୈତିକ ଦଳକୁ ଆହ୍ୱାନ ଦେଇଥିଲେ । ଜିଲାପାଳ ନିଖିଲ ପବନ କଲ୍ୟାଣ ମଇ ୧୮, ୨୨ ଓ ୨୫ ତାରିଖରେ ଇଭିଏମ୍ ରାଣ୍ଡୋମାଇଜେସନ, ୨୫ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ହୋମ୍ ଭୋଟିଂ, ବିଏଲ୍ଓ ମାନେ ପୋଲିଂ ଏଜେଣ୍ଟ ମାନଙ୍କ ନାମ ଯଥାଶୀଘ୍ର ପ୍ରେରଣ କରିବା, ମାଦକ ଦ୍ରବ୍ୟ, କ୍ୟାସ୍, ଡ୍ରଗ୍ସ୍ ନିଷିଦ୍ଧ ଦିଗରେ, ସରକାରଙ୍କ ଅନୁବନ୍ଧିତ ଖବର କାଗଜରେ କିମ୍ୱା ସାମାଜିକ ଗଣମାଧ୍ୟମ, ବୈଦୁତିକ ଗଣମାଧ୍ୟମରେ ପ୍ରଚାର ପାଇଁ ଗଣମାଧ୍ୟମ କମିଟିରୁ ଅନୁମତି ନେବା ଉପରେ ଗୁରୁତ୍ୱରୋପ କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ବିଶ୍ରାମ ମୀନା ମତଦାନ ପରେ ଇଭିଏମ୍ ମେସିନ ଯେଉଁଠି ରହିବ ସେ ସ୍ଥାନରେ ରାଜନୈତିକ ଦଳ କିମ୍ୱା ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ସେମାନଙ୍କର ଏଜେଣ୍ଟ ପହରା ଦେବାକୁ ଚାହିଁଲେ ଅନୁମତି ଦିଆଯିବ ବୋଲି ଉଲ୍ଲେଖ କରିିଥିଲେ । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନେ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ତାଲିକା ସଠିକ ଭାବେ ଲିପିବଦ୍ଧ କରିବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲାପରିଷଦ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଲଙ୍କେଶ୍ୱର ଅମାତ, ଉପ-ଜିଲାପାଳ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ-ଜିଲାପାଳ ମନୋରମା ଜାଲି ଯଥାକ୍ରମେ ଆଇନ ଶୃଙ୍ଖଳା ମାନିବା ଓ ରକ୍ଷା କରିବା, ପୁଲିସ କହାୟତା ପାଇଁ ମୋବାଇଲ ନଂ- ୯୪୩୮୯୧୬୪୫୬କୁ ଯୋଗାଯୋଗ କରିବା, ନିର୍ବାଚନ ଖର୍ଚ୍ଚ ନିମିତ ନୂଆ ବ୍ୟାଙ୍କ ଖାତା ବ୍ୟବହାର କରିବା ଏବଂ ଅନ୍ଲାଇନ୍ ମାଧ୍ୟରେ ଖର୍ଚ୍ଚ ପୈଠ କରିବା, ଆଦର୍ଶ ଆଚରଣବିଧି ପାଳନ କରିବା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାରେ ପ୍ରଶାସନକୁ ରାଜନୈତିକ ଦଳ, ପ୍ରାର୍ଥୀ ଓ କର୍ମୀମାନେ ସହଯୋଗ ପରାମର୍ଶ ଦେଇଥିଲେ ।