ଡିପଥେରିଆ ମୃତୁ୍ୟ ସଂଖ୍ୟା ୬ ଛୁଇଁଲା

ଡିପଥେରିଆ ମୃତୁ୍ୟ ସଂଖ୍ୟା ୬ ଛୁଇଁଲା


ଭୁବନେଶ୍ୱର: ରାଜ୍ୟରେ କାୟା ମେଳାଇଲାଣି ଡିପଥେରିଆ । ପୁଣି ଜଣେ ନାବାଳକର ଡ଼ିପଥେରିଆରେ ମୃତୁ୍ୟ ହୋଇଛି । ମୃତକ ହେଲେ କୋରାପୁଟ ବନ୍ଧୁଗାଁର ଜଣେ ୧୦ ବର୍ଷର ନାବାଳ । ଫଳରେ ରାଜ୍ୟରେ ଏବେ ଡିଥେରିଆ ମୃତୁ ସଂଖ୍ୟା ୬ରେ ପହଞ୍ଚିଛି । ସୂଚନା ଅନୁଯାୟୀ, ଏମକେସିଜି ମେଡିକାଲରେ ୪ଜଣ ଡିପଥେରିଆରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଶେଷରେ ସେ ଆଖି ବୁଜିଥିବା ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ସୂଚନା ଦେଇଛନ୍ତି । ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ । ୧ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆ ଯାଉଛି । ଡିପଥେରିଆ ରାୟଗଡ଼ା ଡେଇଁ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିବା ପରେ ସରକାରଙ୍କ ଚିନ୍ତା ଚିନ୍ତ ବଢିଯାଇଛି ।