ହାତରୁ ଲଢିବେନି ବୋଲି କହିଥିଲେ; ବନ୍ଦିତାଙ୍କ ଉପରେ ଭରସା କଲା ଦଳ 

ହାତରୁ ଲଢିବେନି ବୋଲି କହିଥିଲେ; ବନ୍ଦିତାଙ୍କ ଉପରେ ଭରସା କଲା ଦଳ 


ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ପଦ ଗଲା ପରେ ବନ୍ଦିତା ପରିଡ଼ା ହାତରୁ ଲଢିବେନି ବୋଲି କର୍ମୀଙ୍କ ଗହଣରେ ସଙ୍କେତ ଦେଇଥିଲେ । ଏଭଳି ସଙ୍କେତ ପଛରେ ବନ୍ଦିତା ଅନ୍ୟ ଦଳକୁ ଯାଉଥିବା ନେଇ ଚର୍ଚ୍ଚା ଧରିଥିଲା । କେହି କେହି ବନ୍ଦିତା ବିଜେଡ଼ି ତ କେହି ବିଜେପିକୁ ଯାଉଥିବା କଥା ଉଠାଇଥିଲେ । ମାସେରୁ ଅଧିକ ସମୟ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା । ତାରି ଭିତରେ ବିଜେଡ଼ି-ବିଜେପି ମେଣ୍ଟ ଆଲୋଚନା-ପର୍ଯ୍ୟାଲୋଚନା ଲାଗିରହିଥିଲା । କ’ଣ ହେଲା କେଜାଣି ବନ୍ଦିତା କିନ୍ତୁ କୈାଣସି ଦଳକୁ ଯିବାର ଦେଖା ଯାଇନଥିଲା । କିନ୍ତୁ ମାସଟେପରେ ବନ୍ଦିତା ପୁଣି ଦଳୀୟ ଟ୍ରାକକୁ ଫେରିଥିଲେ । ନିଜବାସଭବନରେ କାର୍ଯ୍ୟକର୍ତାଙ୍କୁ ଡ଼କାଇ ଆଲୋଚନା କରିବା ସହ ସେ ନିର୍ବାଚନ ଲଢିବାର ସଙ୍କେତ ଦେଇଥିଲେ । ହେଲେ ମାସେଧରି ନିରବତା ବନ୍ଦିତାଙ୍କ ଆଗରେ ଅନେକ ପ୍ରଶ୍ନ ଠିଆ କରାଇଥିଲା । ବନ୍ଦିତାଙ୍କୁ ଗ୍ରହଣ କରିପାରୁନଥିବା କେତେକ ଦଳୀୟ କର୍ମୀ ଏଥର ଟିକେଟ ନାହିଁ ବୋଲି ଚର୍ଚ୍ଚା କରିଥୁଲେ । ହେଲେ କଂଗ୍ରେସ ୧୯ ନିର୍ବାଚନରେ ୨୮ହଜାରରୁ ଅଧିକ ଭୋଟ ପାଇଥିବା ବନ୍ଦିତାଙ୍କ ଉପରେ ଭରସା କଲା । ହାତରୁ ଲଢିବାକୁ ଏକ ସମୟରେ ମନା କରୁଥିବା ବନ୍ଦିତାଙ୍କ ନାଁ ଘୋଷଣା ଏକଥାରୁ ସ୍ପଷ୍ଟ ବାରିହୋଇପଡ଼ିଛି ।