କମେଣ୍ଟ ମାରିବାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ

 ହିଞ୍ଜିଳିକାଟୁ: ବିଭିନ୍ନ କୋଚିଂ ସେଣ୍ଟରକୁ ଆସୁଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ଏବଂ ଅଶାଳୀନ ଇଙ୍ଗିତ କରିବା ରୋଡ ରୋମିଓଙ୍କ ପାଇଁ ନିତିଦିନିଆ ଘଟଣା ପାଲଟିଛି । ଏପରିକି ପାଠ ପଢା ସାରି ଛାତ୍ରୀମାନେ ଘରକୁ ଫେରିବା ପାଇଁ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ବସକୁ ଅପେକ୍ଷା କରିବା ସମୟରେ ରୋଡ ରୋମିଓମାନେ ବସ୍ ଟର୍ମିନାଲ ପରିସରରେ ମୋଟର ସାଇକେଲରେ ଚକ୍କର କାଟିବା ସହ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା, ଅଶାଳୀନ ଇଙ୍ଗିତ କରିବା ସହ ବଳପୂର୍ବକ ଭଲପାଇବାକୁ ବାଧ୍ୟ କରିବା ଭଳି ଘଟଣା ଘଟି ଆସୁଥିବା ନଜିର ରହିଛି । ପୁଣି ଆଜି ପାଟଣା ସାହି ମନ୍ଦିର ଗଳି ଠାରୁ ବସ୍ ଟର୍ମିନାଲ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ପ୍ରକାରେ, ଗୁରୁବାର ସକାଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହିରେ ଥିବା ଏକ କୋଚିଂ ସେଣ୍ଟର ସମ୍ମୁଖରେ ଜୈନିକା ଛାତ୍ରୀଙ୍କୁ କିଛି କଲେଜ ପଢୁଆ ଛାତ୍ରଙ୍କ ସହ ଅସାମାଜିକ ଯୁବକମାନେ କମେଣ୍ଟ କରିଥିଲେ । ଏହାକୁ କେନ୍ଦ୍ର କରି ୨ ରୋମିଓ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ହୋଇଥିଲେ । କିଛି ସମୟପରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ୧୫ରୁ ୨୦ ଜଣ ଯୁବକ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଠେଙ୍ଗା ବାଡିରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ।  ଉଭୟ ଗୋଷ୍ଠୀଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଜଣେ ରୋଡ ରୋମିଓ ଗୁରୁତର ଆହତ ହୋଇଥିଲେ । ଆହତ ଦ୍ୱୟ ଶିକିରି ଗ୍ରାମର ବୋଲି ଜଣାପଡିଛି । ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ ।  ବସ୍ ଟର୍ମିନାଲ ପରିସରରେ ପୁଲିସ ନିୟୋଜିତ ଥାଇ ମଧ୍ୟ ଏଭଳି ଘଟଣା ଘଟୁଥିବାରୁ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକଲଜ୍ୟା ଭୟରେ ଛାତ୍ରୀମାନେ ପରିବାର କିମ୍ବା ଘଟଣା ସମ୍ପର୍କରେ ହିଞ୍ଜିଳି ଥାନାରେ ଅଭିଯୋଗ କରୁନଥିବା ଜଣାପଡିଛି । ଏ ଦିଗରେ ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ରୋଡ ରୋମିଓ ଓ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।