୬୦୦୦ରୁ ଊଦ୍ଧ୍ୱର୍ ଗଞ୍ଜେଇ ଗଛକୁ କାଟି ନଷ୍ଟ କଲା ଓର୍କେଲ ପୁଲିସ

 ମାଲକାନଗିରି: ମାଲକାନଗିରି  ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଅମଳ ହେବା ପୂର୍ବରୁ ତତ୍ପରତା ଦେଖାଇଛି ଓର୍କେଲ ପୋଲିସ । ଏନେଇ ଏକ ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିବା ପରେ ଆଜି ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଏସ ଆଇ ମିଳନ ବରିହାଙ୍କ ନେତୃତ୍ୱରେ ଏଏସ ଆଇ ବିଜୟ କୁମାର ବେନିଆ ଓ ଏଏସ ଆଇ ସୁରେଶ ଚନ୍ଦ୍ର ବିସି ମାଝିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ  କୁଡୁମୁଳୁଗୁମ୍ମା ପଞ୍ଚାୟତ ଅଧିନସ୍ତ ମଜୁରଲେଣ୍ଡି ପାହାଡ଼ରେ ପହଁଞ୍ଚି ସେଠାରେ ପ୍ରାୟ ୫ଏକର ଅଞ୍ଚଳରେ ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ୬୦୦୦ରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି  ମାଜିଷ୍ଟେଟ୍ କ୍ଷମତାରେ ସେଠାକୁ ଯାଇଥିବା ଖଇରପୁଟ  ତହସିଲଦାର ଏମ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତରେ ନିଆଁ ଲଗାଇ ପୋଡି ସମ୍ପୂର୍ଣ ଭାବେ ନଷ୍ଟ କରିଦିଆଯାଇଛି । ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର-୩୬୫/୨୪ରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।