ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଜେଲ୍ ଦଣ୍ଡ

ଅନୁଗୁଳ: ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ସୌମ୍ୟା ଶୁଭଦର୍ଶନୀ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶ ଯେ, ପାଳଲହଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବାବେଳେ ୨.୧୧.୨୦୨୦ଦିନ ଅଭିଯୁକ୍ତ ମଧୁ ନାଏକ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିଥିଲା । ନାବାଳିକାଙ୍କ ମା’ ଘରକୁ ଫେରିବା ପରେ ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ କହିବା ପରେ ନାବାଳିକାଙ୍କ ମା’ ପାଳଲହଡ଼ା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ କେସ୍ ନମ୍ବର ୨୧୭/୨୦ରେ ୪୪୮,୩୪୫ବି, ୫୦୬, ୮ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ମାନ୍ୟବର ଅଦାଲତ ୯ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ମଧୁ ନାଏକକୁ ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୨ମାସ କାରାଦଣ୍ଡ ଆଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ପିପି ସରୋଜ ପଟ୍ଟନାୟକ ଏହି ମାମଲାର ପରିଚାଳନା କରିଥିଲେ ।