ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଆଲୋଚନାଚକ୍ର

ଭଦ୍ରକ:  ଭଦ୍ରକ ରୟାଲ ପ୍ୟାଲେସରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ଜିଲ୍ଲା ସଭାପତି ଜହିର ଖାଁଙ୍କ ନେତୃତ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସଭାରେ ଅତିଥି ଆଇନଜୀବୀ ମୋଜାସମ ଅଲି, ବରପଦା ଇଂଜିନିଅର କଲେଜ ପ୍ରଧ୍ୟାପକ ମିର୍ଜା ସାଜିଦ ଓ ଦୀପକ ସାରଙ୍କ ଦ୍ୱାରା ସଭା ଆରମ୍ଭ ହୋଇଥିଲା । ବକ୍ତ୍ୟବ୍ୟରେ କହିଥିଲେ, ଭଦ୍ରକ ଜିଲ୍ଲାର ଶିକ୍ଷା ଅବସ୍ଥା ଗୁରୁତର ହୋଇପଡିଛି । ଏପଟେ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହୋଇ ଚାଲିଥିବାରୁ ଭଦ୍ରକବାସୀ କଟକ ମୁହାଁ ହେଉଛନ୍ତି । ଦୁଃଖର ବିଷୟ ହେଉଛି ଯେ, ଭଦ୍ରକରେ ପାଞ୍ଚ ବିଧାୟକ ଓ ଗୋଟିଏ ସାଂସଦ ଥିବା ପରେ ମଧ୍ୟ ଭଦ୍ରକର ଅବସ୍ଥା ଖରାପ ହୋଇ ଚାଲିଛି ନା ଏଠି ଶିକ୍ଷା ଭଲ ହେଉଛି ନା ସ୍ୱାସ୍ଥ୍ୟ ଭଲ ହେଉଛି । ଏହି ଆଲୋଚନା ଚକ୍ରରେ ନବ ନିର୍ମାଣ ଯୁବ ସଂଗଠନ ସାମ୍ବାଦିକ ସମ୍ମିଳନୀ ଡାକି ବିଭିନ୍ନ ସମସ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଭଳି ଭାବେ ଶିକ୍ଷା ଓ ସ୍ୱାସ୍ଥ୍ୟ ଚାଲେ ତାହେଲେ ଆଗାମୀ ଦିନରେ ଆମ ଯୁବ ପିଢିକୁ କେହି ବଞ୍ଚାଇ ପାରିବ ନାହିଁ । ଗଣମାଧ୍ୟମ ଦ୍ୱାରା ସରକାରଙ୍କୁ ଅନୁରୋଧ କରିଥିଲେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଲେ ଭଲ ହେବ । ନ ହେଲେ ଆଗାମୀ ଦିନରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ଆନେ୍ଦାଳନ କରିବ ବୋଲି ସାବିର ଖାନ ଜଣାଇଛନ୍ତି ।