ପାର୍କିଂ ୟାର୍ଡ ପାଇଁ ଜାଗା ଖୋଜି ବୁଲିଲେ ପ୍ରଶାସନିକ ଅଧିକାରୀ
ଯଖପୁରା: ଶିଳ୍ପ ପାଇଁ କଳିଙ୍ଗନଗର ଶିଳ୍ପାଞ୍ଚଳ ଯେତିକି ପ୍ରଦୂଷିତ ହେଉଛି, ତା ଠାରୁ ବଳି ଯାଇଛି ରାସ୍ତାଘାଟର ଶୋଚନିୟ ଅବସ୍ଥା । ତା ସାଙ୍ଗକୁ ହଜାର ହଜାର ସଂଖ୍ୟାର ଭାରୀଯାନ ଶିଳ୍ପାଞ୍ଚଳକୁ କଳୁଷିତ କରୁଛି । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ, ସ୍ଥାନୀୟ ଲୋକଙ୍କ ଦାବି ପରେ ଗୁରୁବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ପଡ଼ିଥିଲା । ବିଶେଷ କରି ଗାଡ଼ି ପାର୍କିଂ ସହିତ ପ୍ରଦୂଷଣକୁ ରୋକିବା ଦିଗରେ କ’ଣ ପ୍ରତିକାର କରାଯାଇପାରିବ, ତାର ଅନୁସରଣ କରିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ସହିତ ବିଭିନ୍ନ ବିଭାଗରୁ ଏକ ଦଶ ଜଣିଆ ଟିମ୍ କଳିଙ୍ଗନଗର ପରିଭ୍ରମଣ କରିଥିଲେ । କରିଥିଲେ ପ୍ରଦୂଷଣ ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଗାଡ଼ି ପାର୍କିଂ ୟାର୍ଡÿ କରିବା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ନିରୀକ୍ଷଣ । ଶିଳ୍ପାଞ୍ଚଳର ଅନେକ ସ୍ଥାନକୁ ଚିହ୍ନଟ କରିଥିଲା ଟିମ୍ । ଭିସା ଷ୍ଟିଲ ପ୍ଲାଣ୍ଟ, ଯଖପୁରା, ତେଲିବହାଲି, ସାଇଜର ଷ୍ଟକ୍ ୟାର୍ଡ, ଦଶମାଣିଆ ଚାରି ଛକ, ମୈଥାନ ନିକଟସ୍ଥ ଜମି, ଜିନ୍ଦଲ ପଛ ପଟ ଫାଟକ, ବାଲିଗୋଠ, ବିଆର୍ପିଏଲ ଛକ ସ୍ଥାନରେ ରହି ଜମି ଚିହ୍ନଟ କରିଥିବାର ଦେଖିବାକୁ ମିଳିଥିଲା । କେବଳ ପାର୍କିଂ ୟାର୍ଡ଼ ନୁହେଁ ସାଧାରଣ ଲୋକଙ୍କ ଗମନାଗମନ ପାଇଁ ନିର୍ମାଣ ହୋଇଥିବା ରାସ୍ତା ଓ ଆଗାମୀ ଦିନରେ କଣ ପଦକ୍ଷେପ ନେଲେ ଟ୍ରାଫିକ ସମସ୍ୟା ରହିବ ନାହିଁ ତା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କଳିଙ୍ଗନଗର ଶିଳ୍ପାଞ୍ଚଳର ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ସର୍ବାଧିକ ପ୍ରଦୂଷଣ ଗାଡ଼ି ମୋଟର ଯିବା ଆସିବା ଦ୍ୱାରା ହେଉଛି ବୋଲି ରାଜ୍ୟ ପ୍ରଦୂଷଣ ବିଭାଗୀୟ ଅଧିକାରୀ କହିଛନ୍ତି । ଗାଡ଼ି ମୋଟର ପାଇଁ ଯେପରି ଆଗାମୀ ଦିନରେ ପ୍ରଦୂଷଣ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ଅତିରିକ୍ତ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ରାସ୍ତା ପାର୍ଶ୍ୱରେ ଗାଡ଼ି ମୋଟର ରହୁଥିବାରୁ ପ୍ରତ୍ୟେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଛି । ତା ସହିତ ରାସ୍ତା ମାନଙ୍କରେ ଟ୍ରାଫିକ ସମସ୍ୟା ଉପୁଜିଛି । ତେଣୁ ଇଡକୋ ଠାରୁ ଜମି ଅଧିଗ୍ରହଣ କରି ସେଠାରେ ପାର୍କିଂ ୟାର୍ଡ଼କରିବା ପାଇଁ ଜୋର୍ ଦେଇଥିଲେ । ପାର୍କିଂ ୟାର୍ଡ କରି ସେଠାରେ ରାସ୍ତା କଡ଼ରେ ଛିଡା ହେଉଥିବା ଗାଡ଼ିକୁ ପାର୍କିଂ କରିବା ପାଇଁ ଯୋଜନା କରିଥିଲେ । ଯେତେ ସମୟ ଗାଡ଼ି ପାର୍କିଂ କରିବା ଶୁକ୍ଳ ଦେଇ ଗାଡ଼ି ପାର୍କିଂ କରିବାର ସୁବିଧା କରିବା ପାଇଁ ଜୋର୍ ଦେଇଥିଲେ । ସାଧାରଣ ଲୋକ ସରକାରୀ ଜମି ଜବରଦଖଲକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଜବରଦଖଲ ଉଚ୍ଛେଦ କରିବା ପାଇଁ କହିଥିଲେ । ପାର୍କିଂ ୟାଡର୍୍ର କରିବା ପାଇଁ ଜମି ଚିହ୍ନଟ କରୁ କରୁ ମୈଥାନ ଇସ୍ପାତ କାରଖାନାର ପ୍ରଦୂଷଣ ଅତିରିକ୍ତ ଜିଲାପାଳଙ୍କ ନଜରରେ ପଡ଼ିଥିଲା । ପ୍ରଦୂଷଣ ବିଭାଗର ମୁଖ୍ୟଙ୍କୁ କାରଖାନା ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କଳିଙ୍ଗନଗର ଶିଳ୍ପାଞ୍ଚଳ ଅନେକ ସ୍ଥାନ ପରିଦର୍ଶନ କରି କିପରି ତାହାର ଉନ୍ନତି ହୋଇପାରିବ ଆଲୋଚନା କରିଥିଲେ । କଳିଙ୍ଗନଗର ଶିଳ୍ପାଞ୍ଚଳ ପରିଦର୍ଶନ ପରେ ଜେସିଡିଏଲ କାର୍ଯ୍ୟାଳୟରେ ବୈଠକ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କ ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଭୁ ଅର୍ଜନ ଅଧିକାରୀ କଳିଙ୍ଗନଗର, ରାଜ୍ୟ ପ୍ରଦୂଷଣ ବିଭାଗର ମୁଖ୍ୟ, ପୂର୍ତ ବିଭାଗ ଅଧିକାରୀ, ଇଡକୋ ଭୁ-ଅର୍ଜନ ଅଧିକାରୀଙ୍କ ସହିତ ଅନ୍ୟ କେତେକ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।