ସଂସ୍କୃତ ଶିକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନା 

 ରାଜକନିକା: ରାଜକନିକା ତା ୨୧/୧୧ରାଜକନିକା ଶିକ୍ଷାମଣ୍ଡଳ ଅଧିନସ୍ଥ ଓଳାଭର ନୋଡାଲ ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଳାଭର ହାଇସ୍କୁଲର ପ୍ରଧାନଶିକ୍ଷକ ପରମାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତଅତିଥି ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁ ରାଉତ, ଅନ୍ୟତମ ସମ୍ମାନିତଅତିଥି ପୂର୍ବତନ ଶିକ୍ଷକ ଧନେଶ୍ୱର ସାମଲ ଉପସ୍ଥିତ ରହି ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶିକ୍ଷକ ଦୀପକ ଦାସ ମାନପତ୍ର ପାଠ କରିଥିଲେ ।