ଆଦିତ୍ୟ ମାଢ଼ୀଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ ଶୋକ
ଭୁବନେଶ୍ୱର, : ବିଜେପି ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ୀଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀମତୀ ପରିଡା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ମାଲକାନଗିରିର ବିକାଶରେ ଆଦିତ୍ୟ ମାଢିଙ୍କ ଅବଦାନ ଅତୁଳନୀୟ । ମାତ୍ର ୫୦ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି । ନିଜ ଅଞ୍ଚଳର ଆଦିବାସୀ ସମାଜ ପ୍ରତି ତାଙ୍କ ଅବଦାନ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏଭଳି ଏକ ଦୁଃଖଦ ସମୟରେ ଶ୍ରୀମତୀ ପରିଡା ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ସେହିପରି ସ୍ୱର୍ଗତ ମାଢୀଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ମାଢୀଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ । ମାତ୍ର ୫୦ ବର୍ଷ ବୟସରେ ତାଙ୍କ ବିଦାୟ ଦଳ ତଥା ନିଜ ଅଞ୍ଚଳ ପାଇଁ ଏକ ଅପୁରଣୁୟ କ୍ଷତି । ସେ ନିଜ ଅଞ୍ଚଳରେ ଆଦିବାସୀଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ସମାଜ ପ୍ରତି ତାଙ୍କର ସମର୍ପଣ ଓ ଅକ୍ଳାନ୍ତ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ । ଏଭଳି ଏକ ଦୁଃଖଦ ସମୟରେ ଶ୍ରୀ ସିଂହ ଦେଓ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।