ସୋହେଲାରୁ ଆରମ୍ଭ ହେବ ଧାନ କିଣା
ାା ପ୍ରଭାନୁ୍ୟଜାା ଭୁବନେଶ୍ୱର : ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣାଯିବ । ସୋହେଲାରୁ ଧାନ କିଣାର ଶୁଭାରମ୍ଭ କରାଯିବ । ଏଥିପାଇଁ ଏବେଠାରୁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପଡ଼ୋଶୀ ରାଜ୍ୟରୁ ଧାନ ଓଡ଼ିଶାକୁ ଚୋରାଚାଲାଣ ହେବାର ଥିବାରୁ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହା ଉପରେ ନଜର ରଖିବେ । ସେହିପରି ଗ୍ରେନ ଆନାଲଇଜର ଜରିଆରେ ଧାନର ଯାଞ୍ଚ ହେବା ସହ ଏଆଇ ଦ୍ୱାରା ଓଜନ ମପାଯିବ । ଜିପିଏସ ଦ୍ୱାରା ଧାନଗାଡ଼ିର ଟ୍ରାକିଂ ହେବା ସହ ଚାଷୀମାନଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ । ଜିଲ୍ଲାପାଳ ସମ୍ମିଳନୀରେ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି ।
ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେଯେ, ଯେଉଁ ଜିଲ୍ଲାର ମଣ୍ଡିଗୁଡିକରେ କୌଣସି କାରଣବଶତଃ ଧାନ ସଂଗ୍ରହ ହୋଇପାରୁନାହିଁ, ସେହି କ୍ଷେତ୍ରରେ ନିକଟତମ ଜିଲ୍ଲାର ମଣ୍ଡିରେ ଚାଷୀମାନେ ନିଜର ଧାନ ବିକ୍ରି କରିପାରିବେ । ସଂଗୃହୀତ ଧାନର ଅନଲାଇନ ପଞ୍ଜୀକରଣ ହେବ ଆବଶ୍ୟକ । ଧାନ ନେଇ ଯାଉଥିବା ଗାଡିଗୁଡିକର ଜିପିଏସ ଟ୍ରାକିଂ କରାଯିବ । ଯେପରିକି ଏଥିରେ କୌଣସି ଟାମ୍ପରିଂନ ହେବ । ମିଲରମାନଙ୍କ ତରଫରୁ ଚାଷୀଙ୍କୁ ଝୋଟ ବସ୍ତା ଓ ସୁତୁଲି ଯୋଗାଇ ଦିଆଯିବ । ଗଚ୍ଛିତ ଫସଲର ସୁରକ୍ଷା ପାଇଁ ରାଜ୍ୟରେ ୫୮ ଶୀତଳ ଭଣ୍ଡାର ଖୋଲାଯିବ । ରାଜ୍ୟର ଚାଷୀମାନେ କେବଳ ଗୋଟିଏ ଫସଲ ଉପରେ ନିର୍ଭର ନ କରି ଏକାଧିକ ଫସଲ ଜୈବିକ ଉପାୟରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱ ଦେଇଛନ୍ତି । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏଗ୍ରି ଷ୍ଟାକ ଆପ ସୃଷ୍ଟି କରାଯାଇଛି । ଏଥିରେ ଚାଷୀ ଓ ଚାଷ ଜମିର ପଞ୍ଜୀକରଣ ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଜମିପଟ୍ଟା ଥିବା ସମସ୍ତ ଚାଷଜମିର ମାଲିକ ଏଥିରେ ପଞ୍ଜୀକରଣ କରିପାରିବେ । ସରକାରଙ୍କ ତରଫରୁ ଡିଜିଟାଲ ଫସଲ ସର୍ବେକ୍ଷଣ ଦ୍ୱାରା ମଧ୍ୟ ଚାଷୀଙ୍କ ତଥ୍ୟ ସଂଗ୍ରହ କରାଯାଇ ଏଥିରେ ଉପଲବ୍ଧ କରାଯିବ ।
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଧାନ ସଂଗ୍ରହ ବେଳେ କଟନୀ-ଛଟନୀରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଦୃଢ ତଦାରଖ ବ୍ୟବସ୍ଥା ଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଥିଲେ । ମନ୍ତ୍ରୀ ଶ୍ରୀ ସାମନ୍ତ କହିଥିଲେ ଯେ, ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆସିବ । ଶତପ୍ରତିଶତ ସିସିଟିଭି ତଦାରଖ ବ୍ୟବସ୍ଥା ସହ ସ୍ୱଚ୍ଛ ପାନୀୟ ଜଳ, ଶୌଚାଳୟ, ଆବଶ୍ୟକୀୟ ଆଲୋକ, ପିଣ୍ଡି ଉପରେ ଛାତ, ବିଶ୍ରାମ ଗୃହ ଆଦି ମୌଳିକ ସୁବିଧା ସୁନିଶ୍ଚିତ କରାଯିବ । କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ ସ୍ୱୟଂ ଚାଳିତ ଯନ୍ତ୍ର ମାଧ୍ୟମରେ ଧାନର ଓଜନ କରାଯିବ । ଫଳରେ ଚାଷୀ ତାର ଉପଯୁକ୍ତ ପାଉଣା ପାଇବ ବୋଲି ମନ୍ତ୍ରୀ କହିଥିଲେ । ଚାଷୀମାନଙ୍କ ମଙ୍ଗଳତଥା ସହଜ ଓ ସୁବିଧାରେ ଧାନ ସଂଗ୍ରହ ପାଇଁ ସମବାୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ତଥ୍ୟ ଉପସ୍ଥାପନ କରିଥିଲେ । ଜଣେ ନୋଡାଲ ଅଧିକାରୀ ଓ ସୁପରଭାଜରଙ୍କପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ମଣ୍ଡି ପରିଚାଳିତ ହେବ । ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରୁ ବଞ୍ଚିତ କରୁଥିବା ମିଲର, ଦଲାଲ କିମ୍ବା ମଧ୍ୟସ୍ଥିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସଂଗୃହୀତ ଧାନର ସଂରକ୍ଷଣ ପାଇଁ ଆବଶ୍ୟକୀୟ ଗୋଦାମ ଗୃହ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । କ୍ଷୁଦ୍ର, ମଧ୍ୟମ ଓ ବୃହତ ବର୍ଗରେ ରାଜ୍ୟରେ ସର୍ବମୋଟ ୪୦୦୬ଟି ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ କରାଯିବ । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲାପାଳ ସମ୍ମିଳନୀକୁ ସମ୍ବୋଧିତ କରି ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେଯେ, ଆସନ୍ତା ଦୁଇ ମାସ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଧାନ କିଣା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି କିମ୍ବା କଟଣି-ଛଟଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚାଷୀମାନଙ୍କ ଠାରୁ ଏଫଏକୁ୍ୟ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ସଂଗ୍ରହ କରିବା ସହ ସେମାନଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିପ୍ରତି ଜିଲ୍ଲାପାଳମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ନୂତନ ଭାବେ ଆବେଦନ କରିଥିବା ମିଲରମାନଙ୍କୁ ପ୍ରୋସôାହିତ କରିବା ସହ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀ ଯେପରି ସୁଖଦ ଅନୁଭବ ନେଇ ଯିବେ ଏଥିପ୍ରତି ଯନôବାନ ହେବାକୁ ମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଥିଲେ । ଆବଶ୍ୟକସ୍ଥଳେ ବଳକା ଧାନକୁ ମୁକ୍ତ ବିକ୍ରୟ ପ୍ରକ୍ରିୟା ମାଧ୍ୟମରେ ବଜାରରେ ବିକ୍ରୟ କରିବା ନେଇ ଶ୍ରୀ ପାତ୍ର ସୂଚନା ଦେଇଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କହିଲେଯେ, ଚଳିତ ବର୍ଷ ଉଭୟ ଖରିଫ ଓ ରବି ଋତୁରେ ପ୍ରାୟ କୋଟିଏ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଧାନ ସଂଗ୍ରହ ପରିମାଣ ୨୫% ଅଧିକ ବୃଦ୍ଧି ପାଇବ ବୋଲି ଶ୍ରୀ ଯାଦବ ସୂଚନା ଦେଇଥିଲେ । ଧାନ ସଂଗ୍ରହର ସପ୍ତାହେ ପୂର୍ବରୁ ଚାଷୀମାନଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅନ୍ୟର ଆକାଉଣ୍ଟକୁ ବିକ୍ରୟ ଟଙ୍କା କିମ୍ବା ବୋନସ ରାଶି ଯିବାର ଆଶଙ୍କାକୁ ଦୂର କରାଯାଇପାରିବ ବୋଲି ସେ କହିଥିଲେ । ଉନ୍ନତ ମାନର ଧାନକୁ ମଣ୍ଡିକୁ ଆଣିବାକୁ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।