ମା’ତାରିଣୀ ମହାବିଦ୍ୟାଳରେ ଶ୍ରମ ବିଭାଗର ଚଢାଉ
ପାଣିକୋଇଲି: ଭବିଷ୍ୟନିଧି ପାଣ୍ଠିରେ ଅନିୟମିତତା ଅଭିଯୋଗରେ ମା’ତାରିଣୀ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟ)ରେ ବୁଧବାର ଶ୍ରମ ବିଭାଗର ଚଢାଉ କରିଛି । କଲେଜର ଉଭୟ +୨ ଓ +୩ ବିଭାଗରେ କାର୍ଯ୍ୟରତ ଥିବା ୪୩ ଜଣ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହିତ ସମସ୍ତ କର୍ମଚାରୀ ମାନଙ୍କର (ଇପିଏଫ) କର୍ମଚାରୀ ବୀମାରେ ଆର୍ଥିକ ଅନିୟମିତତାର ଖୋଳତାଡ଼ କରୁୁଛି ଜିଲ୍ଲା ଶ୍ରମ ବିଭାଗ । ପ୍ରକାଶ ଥାଉକି ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିବା ଉକ୍ତ ମହାବିଦ୍ୟାୟଟି ୧୯୯୪ ମସିହାରେ ପଞ୍ଜୀକୃତ ହୋଇଥିଲା । ତେବେ କଲେଜ ଆରମ୍ଭ ହେବା ଦିନଠାରୁ ଉକ୍ତ ପାଣ୍ଠି ଜମା କରିନଥିବାରୁ ରାଜ୍ୟ ଶ୍ରମ ବିଭାଗର ନିଦେ୍ର୍ଦଶ କ୍ରମେ ଜିଲା ଶ୍ରମ ବିଭାଗ ଏହି ଚଢାଉ କରିଛି । ରାଜ୍ୟ ଶ୍ରମ ବିଭାଗର ନିଦେ୍ର୍ଦଶ କ୍ରମେ ଜିଲାର ଧର୍ମଶାଳା ଶ୍ରମ କାର୍ଯ୍ୟାଳୟର ଅତିରିକ୍ତ ଶ୍ରମ ଅଧିକାରୀ ସୋମ୍ୟ ରଂଜନ ବେହେରା ଓ ଦଶରଥପୁର ଶ୍ରମ ବିଭାଗ କାର୍ଯ୍ୟାଳୟର ଅତିରିକ୍ତ ଶ୍ରମ ଅଧିକାରୀ ରଚନା ସେଠୀ ଭାଗ ନେଇଥିଳେ । ତେବେ ମହାବିଦ୍ୟାଳୟର ଉଭୟ (+୨ଓ +୩) ବିଭାଗର ସମସ୍ତ କର୍ମଚାରୀ ଦିର୍ଘଦିନ ଧରି କର୍ମଚାରୀ ଉକ୍ତ ଚଢାଉକୁ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡ଼ିଛି ।