ନାବାଳକଙ୍କୁ ଡ୍ରାଇଭ୍ ମନା, ଅଭିଭାବକଙ୍କ ନାଁରେ ହେବ ଏତଲା

ନାବାଳକଙ୍କୁ ଡ୍ରାଇଭ୍ ମନା, ଅଭିଭାବକଙ୍କ ନାଁରେ ହେବ ଏତଲା


ଭୁବନେଶ୍ୱର: ନାବାଳାକ ମାନେ ଚଲାଇ ପାରିବେ ନାହିଁ କୌଣସି ଗାଡ଼ି । ଗାଡି ଚଳାଇବା ବେଳେ ଧରାପଡିଲେ ତାଙ୍କଅଭିଭାବକଙ୍କ ନାଁରେ ମାମଲା ରୁଜୁ ହେବା ସହିତ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ ଦେବାକୁ ପଡିବ । ଏନେଇ  ଆଜିଠୁ ଚେକିଂ କଡାକଡି କରାଯାଇଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଚାଲିଛି । ବିଶେଷକରି ନାବାଳକଙ୍କ ଗାଡି ଡ୍ରାଇଭ ରୋକିବାକୁ ଜୋରଦାର ଚାଲିଛି ଚେକିଂ । ଛକ ଛକରେ ଗାଡିକୁ ଅଟକାଇ ଯାଞ୍ଚ କରୁଛି ପୁଲିସ ଓ ପରିବହନ ବିଭାଗ କର୍ମଚାରୀ । ଯଦି ନାବାଳକ ଗାଡି ଚଳାଇବା ବେଳେ ଧରାପଡେ ତେବେ ତାଙ୍କ ଗାଡିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ମାମଲା ରୁଜୁ ହେବ । କେବଳ ସେତିକି ନୁହେଁ ୨୫ ହଜାର ଟଙ୍କା ଯାଏ ଫାଇନ ମଧ୍ୟ ଦେବାକୁ ପଡିବ । ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ବର୍ତ୍ତମାନ ସୁଦ୍ଧା ୧୭୨ ଜଣ ନାବାଳକଙ୍କ ମୃତୁ୍ୟ ହୋଇସାରିଲାଣି । ବିଭିନ୍ନ ସ୍ଥାନରେ ମାତ୍ର ୮ରୁ ୧୦ ବର୍ଷର ପିଲାମାନେ ଗାଡି ଚଳାଉଥିବା ଚେକିଂ ବେଳେ ଧରାପଡିଛନ୍ତି । ଏମାନେ ହେଲମେଟ୍ ପିନ୍ଧିବା ତ ଦୂରର କଥା ନିଜ ଓଜନଠାରୁ ଅଧିକ ବଡ ଗାଡି ଚଳାଉଛନ୍ତି । ନିଜ ପିଲାଙ୍କ ପ୍ରତି ପ୍ରଥମେ ଅଭିଭାବକମାନେ ସଚେତନ ହେବା ଜରୁରୀ ବୋଲି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି ।